ରାତିକରେ ବରବାଦ ହୋଇଯାଇଥିଲା ରଂଜିତ ଷ୍ଟୁଡିଓ
ମୁମ୍ବାଇର ପ୍ରଖ୍ୟାତ ଷ୍ଟୁଡିଓ ରଂଜିତ ଷ୍ଟୁଡିଓ ହିନ୍ଦୀ ଚଳଚ୍ଚିତ୍ରର ଏକ ଜଣାଶୁଣା ପ୍ରଡକ୍ସନ ହାଉସ୍। ୧୯୨୯ରୁ ୧୯୪୯ ମଧ୍ୟରେ ଏହି ଷ୍ଟୁଡିଓର ବ୍ୟାନର୍ ତଳେ ପ୍ରାୟ ୧୨୭ରୁ ଅଧିକ ଚଳଚ୍ଚିତ୍ର ଓ ୩୧ଟି ସାଇଲେଣ୍ଟ୍ ଚଳଚ୍ଚିତ୍ର ତିଆରି ହୋଇଛି। ଏକାଧିକ ବିଶିଷ୍ଟ ହିନ୍ଦୀ କଳାକାରଙ୍କ ମଧ୍ୟରେ ପୃଥ୍ବୀରାଜ କପୁର, କଲ୍ୟାଣୀ ବାଈ, କେଦାର ଶର୍ମାଙ୍କ ଭଳି ଚରିତ୍ରକୁ ଲୋକପ୍ରିୟ କରିବାରେ ମଧ୍ୟ ରଂଜିତ ଷ୍ଟୁଡିଓର ଭୂମିକା ରହିଛି। ୧୯୨୯ରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଚନ୍ଦୁଲାଲ୍ ଶାହ ଓ ଅଭିନେତ୍ରୀ ଗୌହର୍ ଜାନ୍ ମିଳିତ ଭାବେ ଏହାକୁ ତିଆରି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିବର୍ଷ ଏହି ବ୍ୟାନରରେ ପ୍ରାୟ ୬ଟି ଚଳଚ୍ଚିତ୍ର ନିର୍ମାଣ କରି ଢେର୍ ଲାଭ ପାଇବା ପରେ ନିର୍ଦ୍ଦେଶକ ଚନ୍ଦୁଲାଲ୍ ସେୟାର୍ ମାର୍କେଟ୍, ଘୋଡ଼ା ଦୌଡ଼ ଓ ଜୁଆ ଭଳି ଖେଳରେ ଟଙ୍କା ଲଗାଇ ସଫଳ ହୋଇଥିଲେ। ତେବେ ୧୯୪୪ରେ ଚନ୍ଦୁଲାଲ୍ ଗୋଟେ ରାତିରେ ଜୁଆ ଖେଳି ପ୍ରାୟ ୧କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ। ଯେଉଁଥିପାଇଁ ସେ ବାଧ୍ୟ ହୋଇ ଏସିଆନ୍ ଇନ୍ସୁରାନ୍ସ କମ୍ପାନି ପାଖରେ ରଂଜିତ ଷ୍ଟୁଡିଓକୁ ବନ୍ଧା ପକାଇଥିଲେ। ଶେଷରେ ଋଣ ପରିଶୋଧ କରି ନ ପାରିବା କାରଣରୁ ଏହି ଷ୍ଟୁଡିଓ ଆଉ ମୁକୁଳି ପାରିନଥିଲା। ଶେଷରେ ଷ୍ଟୁଡିଓରେ କାମ କରୁଥିବା ୭୫୦ରୁ ଅଧିକ ଲୋକଙ୍କ ଜୀବିକା ଉଜୁଡ଼ି ଯାଇଥିଲା।