ଜାଣନ୍ତି କି କିଏ ସେଇ ବ୍ୟକ୍ତି, ଯାହାଙ୍କପାଇଁ ରାନୁ ମଣ୍ଡଳଙ୍କ ଭାଗ୍ୟ ରାତାରାତି  ଚମକିଗଲା! 

ମୁମ୍ବାଇ: ସୋସିଆଲ୍‌ ମିଡିଆ ଜରିଆରେ  ରାତାରାତି କିଭଳି  ଜଣେ ସାଧାରଣ ଲୋକର  ଭାଗ୍ୟ ଚମକିଯାଇଥାଏ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ  ଭିକ୍ଷାବୃତ୍ତି କରି ନିଜର ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳଙ୍କୁ ଦେଖିଲେ ଆପଣମାନେ  ଏହାର ପ୍ରମାଣ ଆପେ ଆପେ  ପାଇଯିବେ। ତେବେ ରାନୁ ଏବେ ନିଜର ସୁମଧୁର ସ୍ୱର ଲାଗି ଇଣ୍ଟରନେଟ୍‌ ଉପଭୋକ୍ତାଙ୍କର  ଫ୍ୟାନ୍‌ ବନିଯାଇଛନ୍ତି ।  ଫଳସ୍ୱରୂପ ରାନୁ ମଣ୍ଡଳ ନା ଯେ କେବଳ ସୋସିଆଲ୍‌ ମିଡିଆର ଷ୍ଟାର୍‌ ବନିଛନ୍ତି ତାହା ନୁହେଁ , ବରଂ ସେ ତାଙ୍କ ଗୀତ ପାଇଁ  ବଲିଉଡ୍‌ ତାରକାମାନଙ୍କ ପାଖରେ ପରିଚିତ ହେଲେଣି।

ବଲିଉଡ୍‌ ସଂଗୀତକାର ହିମେଶ୍‌ ରେଶାମିୟା  ନିଜର ଆଗାମୀ  ଫିଲ୍ମ ‘ହାପି ହାର୍ଡି ଏଣ୍ଡ୍‌ ହୀର୍‌’ରେ ‘ତେରୀ ମେରି କାହାନି’ ଗୀତରେ ରାନୁଙ୍କୁ କଣ୍ଠଦାନ କରିବାର ସୁଯୋଗ ଦେଇଛନ୍ତି।  ତେବେ ହିମେଶ୍‌ଙ୍କ ପୂର୍ବରୁ ରାନୁଙ୍କ ଭାଗ୍ୟ ଚମକାଇବାରେ  ସେହି ସଦସ୍ୟ ଜଣକ ମୁଖ୍ୟତଃ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ , ଯିଏକି ରାନୁ ଗାଉଥିବାବେଳର ଏକ ଗୀତକୁ ନିଜ ମୋବାଇଲ୍‌ରେ ରେକର୍ଡ କରି  ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ, ଯାହା ପର ମୂହୁର୍ତ୍ତରେ ଭାଇରାଲ୍‌ ହୋଇଯାଇଥିଲା।  ତେବେ ଆଜି ଆମେ ଆପଣଙ୍କୁ ସେହି ସଦସ୍ୟଙ୍କ ବିଷୟରେ ଜଣାଇବୁ ,ଯିଏକି ରାନୁଙ୍କୁ ରାତାରାତି ଷ୍ଟାର ବନାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Ranu 9 files
photo-india.com

ରାନୁ,ପଶ୍ଚିମବଂଗର ରାଣାଘାଟ ରେଳ ଷ୍ଟେସନ୍‌ ଗୀତ ଗାଇକରି ନିଜର ଜୀବିକା ନିର୍ବାହ କରୁଥିଲେ। ତେବେ ରାନୁଙ୍କୁ ଗୀତ ଗାଉଥିବାର ଅନେକ ବ୍ୟକ୍ତି ଦେଖୁଥିଲେ ବି ତାଙ୍କୁ ଅଣଦେଖା କରୁଥିଲେ। ରାନୁ ସର୍ବଦା ହିଁ   ପୂରୁଣା ଗୀତ ଗାଉଥିଲେ। ରାନୁଙ୍କର ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ସେ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ଚିରସବୁଜ ଗୀତ ‘ଏକ୍‌ ପ୍ୟାର୍‌କା ନଗ୍‌ମା ହେ’ ଗୀତ ଗାଉଥିବା ନଜରକୁ ଆସିଥିଲା। ତେବେ ଏମିତି ଏକ ଦିନ ରାନୁ ଗୀତ ଗାଉଥିବା ସମୟରେ ଷ୍ଟେସନରେ  ଉପସ୍ଥିତ ଥିବା ଏତୀନ୍ଦ୍ର ଚକ୍ରବର୍ତ୍ତୀ ଏହାର ଭିଡ଼ିଓ କରି ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରିଥିଲେ। ଆଉ ତା’ପରେ ଯାହା ହେଲା ତାହା ତ ଆପଣମାନେ ସମସ୍ତେ ଜାଣନ୍ତିି।

Ranu 5
photo-india.com

ରାନୁ ଯେତେବେଳେ ହିମେଶ୍‌ ରେଶ୍‌ମିୟାଙ୍କ ଫିଲ୍ମ ପାଇଁ ଏକ  ଗୀତକୁ ରେକର୍ଡ କରୁଥିଲେ ସେତେବେଳେ ଏତୀନ୍ଦ୍ର ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ତେବେ ଏନେଇ ଏତୀନ୍ଦ୍ର କୁହନ୍ତି କି ତାଙ୍କର ମଧ୍ୟ ଏଯାଏଁ ବିଶ୍ୱାସ ହେଉନି କି ତାଙ୍କର ଏକ ଭିଡ଼ିଓ କିପରି ଉକ୍ତ ମହିଳାଙ୍କ ଜୀବନକୁ ବଦଳାଇ ଦେଇଛି। ତେବେ ରାନୁଙ୍କୁ ସୁଯୋଗ ଦେଇଥିବାରୁ ଏତୀନ୍ଦ୍ର ହିମେଶ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଆପଣଙ୍କ ସୂଚନା ପାଇଁ ଜଣାଉଛୁକି ଏତୀନ୍ଦ୍ର ପେସାରେ ଜଣେ ସଫ୍ଟେଓ୍ଵୟାର୍‌ ଇଂଜିନିୟର୍‌ ହୋଇଥିବାବେଳେ ସେ ରାଣାଘାଟରେ ବାସ କରୁଛନ୍ତି।

ସମ୍ବନ୍ଧିତ ଖବର