‘ପୁଷ୍ପା’ର ଶ୍ରୀବଲ୍ଲୀ ଗୀତରେ ନାଚିଲେ ରାନୁ ମଣ୍ଡଲ, ରାନୁଙ୍କ ଜୀବନ କାହାଣୀକୁ ନେଇ ତିଆରି ହେଉଛି ଚଳଚ୍ଚିତ୍ର !

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା’ ରିଲିଜ୍ ହେବାର ଦେଢମାସ ପରେ ମଧ୍ୟ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ‘ପୁଷ୍ପା’ର ଗୀତ, ଦୃଶ୍ୟ ଓ ଡାଏଲଗ୍ ଭାଇରାଲ୍ ହୋଇଯାଇଛି। ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଳ ମଧ୍ୟ ‘ପୁଷ୍ପା’ର ଶ୍ରୀବଲ୍ଲୀ ଗୀତରେ ମଜାଳିଆ ନୃତ୍ୟ କରିଛନ୍ତି, ଏହାର ଏକ ସର୍ଟ ଭିଡିଓ(ଅଳ୍ପ ସମୟର ଭିଡିଓ) ସାମନାକୁ ଆସିଛି। ସୋସିଆଲ୍ ମିଡିଆରେ ରାନୁ ମଣ୍ଡଳଙ୍କ ଏହି ସ୍ବଳ୍ପ ଅବଧିର ଡ୍ୟାନ୍ସ ଭିଡିଓ ଦୃତଗତିରେ ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡିଓକୁ ଦେଖି ଇଣ୍ଟରନେଟରେ ଲୋକମାନେ ବହୁମାତ୍ରାରେ କମେଣ୍ଟ୍ କରୁଛନ୍ତି। କିଛି ଲୋକ କହୁଛନ୍ତି ଏହି ଭିଡିଓକୁ ଅଲ୍ଲୁ ଅର୍ଜୁନଙ୍କ ପାଖକୁ ନିଶ୍ଚିତ ଭାବେ ପହଞ୍ଚାଇବା ଆବଶ୍ୟକ।

ରେଳ ଷ୍ଟେସନରେ ରାନୁ ମଣ୍ଡଳ ଗାଇଥିବା ଲତା ମଙ୍ଗେସକରଙ୍କ ‘ଏକ୍ ପ୍ୟାର୍ କା ନଗମା ହୈ…’ ଗୀତ ଭାଇରାଲ୍ ହେବା ପରେ ସାରା ଭାରତ ତାଙ୍କୁ ଚିହ୍ନିଥିଲା। ଏହାପରେ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ତାଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ।

ମିଡିଆ ରିପୋର୍ଟ ଅନୁସାରେ ରାନୁ ମଣ୍ଡଳଙ୍କ ନାମରେ ଏକ ଚଳଚ୍ଚିତ୍ର ତିଆରି କରାଯାଉଥିବାର ଖବର ମିଳିଛି। ଚଳଚ୍ଚିତ୍ରର ନାମ ‘ମିସ୍ ରାନୁ ମାରିୟା’। ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଉଛନ୍ତି ଋଷିକେଶ ମଣ୍ଡଳ। ଏଥିରେ ରାନୁଙ୍କ ଭୂମିକାରେ ଅଭିନେତ୍ରୀ ଇଶିକା ଦେ ନଜର ଆସିବେ। ଇଶିକା ଦେ ସୂଚନା ଦେଇଛନ୍ତି, ‘ମିସ୍ ରାନୁ ମାରିୟା’ର ସୁଟିଂ କୋଲକତା ଓ ମୁମ୍ବାଇରେ ହେବ।

ସମ୍ବନ୍ଧିତ ଖବର