ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ସିନେମା ‘ପୁଷ୍ପା ଦ ରାଇଜ୍’ ବ୍ଲକବଷ୍ଟର ହିଟ୍ ହୋଇଛି। ପୁଷ୍ପା ସିନେମାର କାହାଣୀ ସହିତ ଏହାର ଗୀତକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏହି ସିନେମାର ‘ଶ୍ରୀବଲି’ ଗୀତ ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ କରୁଥିବା ବେଳେ ଛୋଟ ପିଲାଙ୍କ ମୁହଁରେ ବି ଏହି ଗୀତ ଶୁଣିବାକୁ ମିଳୁଛି। ଲୋକେ ଏହି ଗୀତକୁ ଗାଇବା ସହିତ ଅଲ୍ଲୁ ଅର୍ଜୁନଙ୍କ ଷ୍ଟେପକୁ ଅନୁସରଣ କରୁଛନ୍ତି।
ନିକଟରେ ‘ଶ୍ରୀବଲି’ ଗୀତ ଗାଇବା ସହିତ ରାନୁ ମଣ୍ଡଳ ଯେଭଳି ଭାବେ ଷ୍ଟେପ ଦେଖାଉଛନ୍ତି। ଲୋକେ ହସିହସି ବେଦମ ହୋଇଯାଇଛନ୍ତି। ଏହି ଷ୍ଟେପ କରୁଥିବା ବେଳେ ରାନୁ ନୀଳ ରଙ୍ଗର ଟିସାର୍ଟ ସହିତ ଲାଲ ରଙ୍ଗର ଶାଢ଼ି ପିନ୍ଧିଛନ୍ତି।
ଏଥିସହିତ ହାତରେ ଏକ ବାଡ଼ି ଧରିଥିବା ନଜର ଆସୁଛନ୍ତି। ରାନୁଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।
ଏହା ବ୍ୟତୀତ ଏବେ ଶୁଣିବାକୁ ମିଳୁଛି ରାନୁଙ୍କ ଉପରେ ଏକ ବାୟୋପିକ୍ ଫିଲ୍ମ ମଧ୍ୟ ପ୍ରସ୍ତୁତ ହେବକୁ ଯାଉଛି । ଅଭିନେତ୍ରୀ ଇଶିକା ରାନୁଙ୍କ ଭୂମିକାରେ ନଜର ଆସିବେ।