ଦୁଇ ଥର ବିବାହ କରିଥିଲେ ରାନୁ, ବ୍ୟକ୍ତିଗତ ଜୀବନକୁ ନେଇ ଆସିଲା ଏଭଳି ସତ

ମୁମ୍ବାଇ : ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳ । ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇଥିବା ବେଳେ ରାତାତାତି ଷ୍ଟାର ବନି ଯାଇଛନ୍ତି ରାନୁ । ଏବେ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବା ବେଳେ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି । ୧୦ବର୍ଷ ତଳେ ଛାଡ଼ି ଚାଲି ଯାଇଥିବା ଝିଅ ଏବେ ରାନୁଙ୍କ ପାଖରେ ପହଞ୍ଚିଥିବା ବେଳେ ଅନ୍ୟ ସଦସ୍ୟ ମଧ୍ୟ ରାନୁଙ୍କ ପାଖକୁ ଆସୁଥିବା ଜଣାପଡ଼ିଛି । ଏବେ ଧିରେ ଧିରେ ତାଙ୍କ ବ୍ୟକ୍ତିଗତ ଜୀବନର ଉପରୁ ମଧ୍ୟ ପରଦା ଉଠିବାରେ ଲାଗିଛି ।

Ranu Mondal
amarujala.com

ରାନୁ ଦୁଇ ଥର ବିବାହ କରିବା ଖବର ଏବେ ସାମ୍ନାକୁ ଆସିବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମ ସ୍ୱାମୀ ରାନୁଙ୍କ କାମକୁ ପସନ୍ଦ କରୁ ନ ଥିବା ସହ ତାଙ୍କୁ ଭଲ ପାଉ ନଥିଲେ । ମାତ୍ର ୨୦ବର୍ଷ ବୟସରୁ ରାନୁ ବିଭିନ୍ନ କ୍ଲବ୍‌ରେ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ତାଙ୍କ ସ୍ୱାମୀକୁ ଏ ସବୁ ପସନ୍ଦ ନଥିଲା । ପ୍ରଥମ ସ୍ୱାମୀଠାରୁ ଗୋଟେ ପୁଅ ଓ ଝିଅ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ରାନୁ ପଶ୍ଚିମବଙ୍ଗରୁ ମୁମ୍ବାଇ ଆସି ଫିରୋଜ୍‌ ଖାନ୍‌ଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବବୁଲ ମଣ୍ଡଳଙ୍କୁ ଭେଟିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଏହା ପରେ ଦୁହେଁ ବିବାହ କରି ନେଇଥିଲେ । କିନ୍ତୁ ୨୦୦୩ରେ ବବୁଲଙ୍କ ଅକାଳ ମୃତ୍ୟୁ ରାନୁଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ବବୁଲଙ୍କ ମୃତ୍ୟୁ ପରେ ରାନୁ ପଶ୍ଚିମବଙ୍ଗ ଫେରିଯିବା ସହ ଗୀତ ଗାଇ ପେଟ ପୋଷିବା ଆରମ୍ଭ କରିଥିଲେ । ବବୁଲଙ୍କଠାରୁ ମଧ୍ୟ ରାନୁଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଥିବା ଜଣାପଡ଼ିଛି । ତେବେ ରାନୁଙ୍କୁ ନ୍ୟୁରୋଜିକାଲ ଡିଜ୍‌ଅର୍ଡର ଥିବାରୁ ତାଙ୍କୁ ଅନେକ ସମୟରେ ପାନିକ୍‌ ଆଟାକ୍‌ ଆସିଥାଏ । ଯାହା ପାଇଁ ତାଙ୍କ ପରିବାର ତାଙ୍କଠାରୁ ଦୂରରେ ରହୁଥିବା ଜଣା ପଡ଼ିଛି । କିନ୍ତୁ ଏବେ ତାଙ୍କୁ ସଫଳତା ମିଳିବା ପରେ ସମସ୍ତେ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର