ରାନୁ ମଣ୍ଡଳଙ୍କ ଏଭଳି ହୋଇଥିଲା ମେକ୍‌ଅପ୍‌: ଆର୍ଟିଷ୍ଟ ସେୟାର କଲେ ଭିଡିଓ

ମୁମ୍ବାଇ: ରେଳ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ। ରାନୁଙ୍କର ଗୀତ ଗାଇବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ନିକଟରେ ଆୟୋଜିତ ଏକ ଫ୍ୟାଶନ୍‌ ସୋ’ରେ ରାନୁ ମଣ୍ଡଳ ମୁଣ୍ଡରେ ଗୋଲାପ ଏବଂ ମୁହଁରେ ଅତ୍ୟଧିକ ମେକ୍‌ଅପ୍‌ ନେଇ ର଼୍ୟାମ୍ପରେ ଚାଲିଥିଲେ। ଯାହାର କିଛିଟା ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ ରାନୁଙ୍କୁ ବିଭିନ୍ନ ମିମ୍‌ସ କରି ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରିଥିଲେ।

 

ତେବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିବା ରାନୁଙ୍କ ଏହି ମେକ୍‌ଅପ୍‌ ଫଟୋ ଫେକ୍‌ ବୋଲି ମେକ୍‌ଅପ୍‌ ଆର୍ଟିଷ୍ଟ୍‌ ସନ୍ଧ୍ୟା କହିଛନ୍ତି। ସେ ରାନୁଙ୍କର ବାସ୍ତବିକ ମେକ୍‌ଅପ୍‌ ଫଟୋକୁ ତାଙ୍କ ଇନଷ୍ଟାଗ୍ରାମରେ ସେଆର୍‌ କରିଛନ୍ତି। ଏହାସହ ରାନୁଙ୍କର ଏହି ଫଟୋକୁ ନେଇ ଟ୍ରୋଲ୍‌ କରିଥିବା ଲୋକଙ୍କୁ ମଧ୍ୟ ସେ କଡ଼ା ଜବାବ ଦେଇଛନ୍ତି।

ସନ୍ଧ୍ୟା ନକଲି ଓ ବାସ୍ତବ ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, ‘ଆପଣ ଉଭୟ ଫଟୋକୁ ଭଲ ଭାବରେ ଦେଖନ୍ତୁ। ଏବେ ଆପଣମାନେ ବୁଝି ପାରୁଥିବେ ବାସ୍ତବିକ ଓ ନକଲି ଫଟୋ ମଧ୍ୟରେ କ’ଣ ପରିବର୍ତ୍ତନ। ତେଣୁ ଏଭଳି ଫଟୋକୁ ଏଡିଟି କରି ରାନୁଙ୍କ ମଜାକ୍‌ ଉଡାଇବା ଆଦୌ ଉଚିତ ନୁହେଁ।

ରାନୁ ମଣ୍ଡଳଙ୍କୁ ନେଇ ଭୁବନ ବାମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଲୋକମାନଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରୁଛନ୍ତି କି, ରାନୁଙ୍କୁ ଜଣା ନାହିଁ କି ସେ ଲୋକମାନଙ୍କ ସାମ୍ନାରେ କିଭଳି ସ୍ୱଭାବ ଦେଖାଇବେ। ଏପ୍ରିସିଏସନ୍‌ କେମିତି ରେସପନ୍‌ସ କରିବାକୁ ହେବ। ଏହି ଭିଡିଓ ପରେ ରାନୁଙ୍କ ସମର୍ଥନରେ ଅନେକ ଲୋକ ସାମ୍ନାକୁ ଆସିଛନ୍ତି।

ସମ୍ବନ୍ଧିତ ଖବର