ଦୀପାବଳି ଅବସରରେ ରାନୁ ମଣ୍ଡଳ ଗାଇଥିବା ଆଉ ଏକ ଗୀତ ଭାଇରାଲ

ନୂଆଦିଲ୍ଲୀ: ପ୍ଲାଟ୍‌ଫର୍ମରେ ‘ତେରୀ ମେରୀ କହାନୀ’ ଗୀତ ଗାଇ ରାତାରାତି ବଲିଉଡ୍‌ ପ୍ରବେଶ କରିଥିବା ରାନୁ ମଣ୍ଡଳଙ୍କ ଚର୍ଚ୍ଚା ସୋସିଆଲ ମିଡିଆରେ ଥମି ନଥିବା ବେଳେ ଏବେ ଆଉ ଏକ ଗୀତ ଭାଇରାଲ ହୋଇଛି।

ଦୀପାବଳି ଅବସରରେ ରାନୁ ମଣ୍ଡଳଙ୍କ ଭାଇରାଲ ହୋଇଥିବା ଭିଡିଓରେ ସେ ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍‌ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍‌’ ଗାଉଥିବା ଦେଖିବାକୁ ମିଳୁଛି।

 

ନିକଟରେ ରାନୁ ମଣ୍ଡଳ ବଙ୍ଗାଳି ଟେଲିଭିଜନ୍‌ ସୋ’ ‘କମେଡି ଷ୍ଟାର୍ସ’ରେ ଅତିଥି ଭାବେ ଯୋଗ ଦେବାକୁ ପହଞ୍ଚିଥିଲେ। ଏହି ଅବସରରେ ସେ ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍‌ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍‌’ ଗୀତ ଗାଇଥିଲେ। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣିବା ପରେ ଦର୍ଶକମାନେ ବେଶ୍‌ ଖୁସି ହୋଇ କରତାଳିରେ ଚର୍ତୁଃପାର୍ଶ୍ୱ କମ୍ପେଇ ଦେଇଥିଲେ। ଏହି ଭିଡିଓଟିକୁ ‘ଡେଲିହଣ୍ଟ’ର ଅଫିସିଆଲ୍‌ ଇନଷ୍ଟାଗ୍ରାମ୍‌ ସାଇଟ୍‌ରେ ସେଆର୍‌ କରାଯାଇଛି।

ସମ୍ବନ୍ଧିତ ଖବର