ହିମେଶଙ୍କ ପରେ ଉଦିତ୍‌ ନାରାୟଣଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଲେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

ମୁମ୍ବାଇ : ପଶ୍ଚିମବଙ୍ଗର ରାଣାଘାଟରେ ଥିବା ରେଳ ଷ୍ଟେସନରେ ଗୀତ ଗାଉଥିଲେ ରାନୁ ମଣ୍ଡଳ । ସଫ୍ଟସୟାର ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ତାଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ଛାଡ଼ିବା ପରେ ରାତାରାତି ରାନୁ ବନିଥିଲେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ । ରାନୁଙ୍କ କଣ୍ଠସ୍ୱରରେ ପ୍ରଭାବିତ ହୋଇ ବଲିଉଡ୍‌ର ଲୋକପ୍ରି୍ୟ ସଂଗୀତ ନିର୍ଦ୍ଦେଶକ  ହିମେଶ ରେସ୍‌ମିଆ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ।

 

 

ହିମେଶଙ୍କ ଫିଲ୍ମରେ  ‘ତେରି ମେରି କାହାନୀ’ ଗୀତଟି  ଗାଇବା ପରେ ତାଙ୍କ ପାଖକୁ ବିଭିନ୍ନ ମ୍ୟୁଜିକ୍‌ ଷ୍ଟୁଡିଓରୁ ଅଫର ଆସିବାରେ ଲାଗିଥିଲା । ଏବେ ହିମେଶଙ୍କ ପରେ ରାନୁ ବଲିଉଡ୍‌ର ପ୍ରଖାତ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ସହ ଗାଇବାର ସୁଯୋଗ ପାଇଥିବା ଜଣାପଡ଼ିଛି । ନୂଆ ଗୀତ ‘କେହ ରହି ହୈ ନଜ୍‌ଦିକିଆଁ’ ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଥିବା ବେଳେ ଏହି ଗୀତଟିକୁ ସାଥୀରେ ଗାଇଛନ୍ତି ରାନୁ ମଣ୍ଡଳ ଓ ଉଦିତ୍‌ ନାରାୟଣ । ଏହି ଦୁହିଁଙ୍କ ବ୍ୟତୀତ ହିମେଶ ରେସ୍‌ମିଆ ଓ କଣ୍ଠଶିଳ୍ପୀ ପାୟଲ ଦେବ ମଧ୍ୟ କଣ୍ଠଦାନ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଗୀତଟି ହିମେଶଙ୍କ ଫିଲ୍ମ ‘ହାପି ହାର୍ଡି ଅର୍‌ ହୀର’ ଫିଲ୍ମର ବୋଲି ଜଣାପଡ଼ିଛି । ଏହି ଗୀତଟିର ରେକର୍ଡିଂ ସମୟର ଭିଡିଓ ହିମେଶ ନିଜ ଇନ୍‌ଷ୍ଟାରେ ଛାଡ଼ିବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର