ବାଂଲାଦେଶୀ ଚଳଚ୍ଚିତ୍ରରେ ଦୁଇଟି ଗୀତ ଗାଇବେ ରାନୁ ମଣ୍ଡଳ, ଅଭିନେତା ଆଲମଙ୍କ ସହ ଡ଼ିଲ ଫାଇନାଲ

କୋଲକାତା: ବଲିଉଡରେ ହୃଦୟ ଜିତିବା ପରେ ଇଣ୍ଟରନେଟ୍ ସେନ୍ସେସନ ରାନୁ ମଣ୍ଡଳ ବାଂଲାଦେଶୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଗୀତ ଗାଇବାକୁ ଯାଉଛନ୍ତି। ୨୦୧୯ ରେ ଲତା ମଙ୍ଗେଶକରଙ୍କ ଗୀତ ‘ଏକ ପ୍ୟାର୍ କା ନଗମା ହେ’ ଗାଇ ବିପୁଳ ପ୍ରଶଂସା ସାଉଁଟିଥିବା ରାନୁ ମଣ୍ଡଳ ସୋସିଆଲ୍ ମିଡିଆରେ ଚହଳ ପକାଇଦେଇଥିଲେ । ଆଉ ଏବେ ବାଂଲାଦେଶୀ ଚଳଚ୍ଚିତ୍ରର ଅଭିନେତା ଅସରାଫ ଆଲମ ଓରଫ ହିରୋ ଆଲମଙ୍କ ଫିଲ୍ମରେ ରାନୁ ଗୀତ ଗାଇବେ | ନଭେମ୍ବର ୩ ରେ, ହିରୋ ଆଲମ୍ ଫେସବୁକରେ ରାନୁ ମଣ୍ଡଳଙ୍କ ସହ ଏକ ଭିଡିଓ ସ୍ନିପେଟ ସେୟାର କରିଥିଲେ |

ରାନୁ ଯେଉଁ ଦୁଇଟି ଗୀତ ଗାଇବେ, ତାହାକୁ ଆଲମ ନିଜେ ପ୍ରସ୍ତୁତ କରିଛନ୍ତି । ନଭେମ୍ବର ୨୦ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି | ସୂଚନା ଥାଉ କି ରାନୁ ମଣ୍ଡଳ, ରାନଘାଟ ରେଳ ଷ୍ଟେସନରେ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଉଥିବାବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ |

ଏକ ରିଆଲିଟି ସୋ’ରେ ରାନୁ ମଣ୍ଡଳଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯେଉଁଠାରେ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କୁ ତାଙ୍କ ଫିଲ୍ମ ‘ହାପି ହାର୍ଡି’ ଏବଂ ‘ହିର୍’ ପାଇଁ ଗୀତ ଗାଇବାକୁ ଅନୁରୋଧ କରିଥିଲେ। ସେହିପରି ରାନୁ ମଣ୍ଡଳଙ୍କ ଜୀବନୀ ଉପରେ ଆଧାରିତ ଏକ ବାୟୋପିକ୍ ପ୍ରସ୍ତୁତ ହେଉଛି। ନିର୍ଦ୍ଦେଶକ ହୃଷିକେଶ ମଣ୍ଡଳଙ୍କ ଦ୍ୱାରା ପ୍ରସ୍ତୁତ ଏହି ବାୟୋପିକର ନାମ ‘ମିସ୍ ରାନୁ ମାରିଆ’ ରହିଛି |

ସମ୍ବନ୍ଧିତ ଖବର