ଅକ୍ଷୟ କୁମାରଙ୍କ ପାଦ ଧରି କ୍ଷମା ମାଗିଲେ ରଣବୀର

ଭୁବନେଶ୍ବର: ଅକ୍ଷୟ କୁମାର ଓ କ୍ୟାଟରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ ଅଭିନେତା ରଣବୀର ସିଂହ ଅତିଥି କଳାକାର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଆଜି ମୁମ୍ବାଇରେ ଏହାର ଟ୍ରେଲର ମୁକ୍ତିଲାଭ କରିଥିବା ବ‌େଳେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଏହି ଟ୍ରେଲର ଉନ୍ମୋଚନ ଅବସରରେ ଅକ୍ଷୟ ଓ କ୍ୟାଟରିନାଙ୍କ ସମେତ ଅଜୟ ଦେବଗନ, ରୋହିତ ସେଟ୍ଟୀ, କରଣ ଜୋହର ଓ ରଣବୀର ସିଂହଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ରଣବୀର ନିର୍ଧାରିତ ସମୟଠାରୁ ୪୦ ମିନିଟ୍‌ ପରେ ସେଠାରେ ପହଞ୍ଚିଥିଲେ। ତେଣୁ ଅକ୍ଷୟ କୁମାର ଓ ଅନ୍ୟମାନେ ଏନେଇ ରଣବୀରଙ୍କୁ ଏଣୁତେଣୁ କହିଥିଲେ। ତେଣୁ ରଣବୀର ଭୁଲ ମାଗିବା ପାଇଁ ଅକ୍ଷୟଙ୍କ ପାଦ ତଳେ ପଡ଼ି ଯାଇଥିଲେ। ଅଜୟ ଦେବଗନ ଓ କ୍ୟାଟରିନା ବି ରଣବୀରଙ୍କୁ ‌ଏନେଇ କିଛି ଅନେକ କଥା କହିଥିଲେ। ଫଳରେ ରଣବୀର କ୍ଷମା ପ୍ରାର୍ଥନା କରିବା ସହ କାନ ଧରି ବସଉଠ ହୋଇଥିଲେ। ଏହା ପରେ ଅକ୍ଷୟ କହିଥିଲେ, ଇଏ ଏମିତି ଏକ ଅଭିନେତା ଯିଏ ସମସ୍ତ ବରିଷ୍ଠ କଳାକାରଙ୍କୁ ୪୦ ମିନିଟ ଅପେକ୍ଷା କରେଇଲା। ଏହାର ଜବାବରେ ରଣବୀର କହିଥିଲେ, ମେଟ୍ରୋରେ କାମ ଚାଲିଥିବାରୁ ଏବଂ ମୁଁ ଦୂରରୁ ଆସିଥିବାରୁ ଏତେ ବିଳମ୍ବ ହେଲା। ଏହାପରେ ଅଜୟ ମଧ୍ୟ ରଣବୀରଙ୍କୁ ଆହୁରି ଚିଡ଼ାଇଥିଲେ। ଚଳଚ୍ଚିତ୍ରରେ ଅଜୟ ଦେବଗନ ‘ସିଂହମ’ ଓ ରଣବୀର ‘ସିମ୍ବା’ ଭୂମିକାରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିବେ। ଏହି ଟ୍ରେଲର ଉନ୍ମୋଚନକୁ ସଂଚାଳନ କରୁଥିବା ଉପସ୍ଥାପକ ଆଶିଷ ଚଞ୍ଚଲାନି ଏହି ଦୃଶ୍ୟକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର