ମୁମ୍ବାଇ: କମେଡିଆନ ସମୟ ରାଇନାଙ୍କ ସୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ରେ ବିବାଦୀୟ ବୟାନ ଦେବା ପରେ ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ, ସେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ରଣବୀର ଏବଂ ସମୟ ରାଇନାଙ୍କ ବିରୋଧରେ ଅନେକ ରାଜ୍ୟରେ ଏତଲା ରୁଜୁ ହୋଇଛି। ପଡକାଷ୍ଟ ପାଇଁ ଲୋକପ୍ରିୟ ଥିବା ରଣବୀର ନିଜ ଅଶାଳୀନ ପ୍ରଶ୍ନ ପାଇଁ କ୍ଷମା ମାଗିବା ସତ୍ତ୍ୱେ, ଅତିଥିମାନେ ତାଙ୍କ ‌ସୋ’କୁ ଆସିବାକୁ ମନା କରୁଛନ୍ତି। 

Advertisment

ସାରା ଦେଶରେ ତାଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଏବେ ଦୁହିଁଙ୍କୁ ସମର୍ଥନ କରିଛନ୍ତି ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତ। ଏକ ସାକ୍ଷାତକାରରେ ସେ କହିଛନ୍ତି, "ଜଣେ ବ୍ୟକ୍ତି ଭୁଲ କରିଛି କିନ୍ତୁ ଅନ୍ୟମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି?' ରଣବୀର କିଛି ଭୁଲ କହିଛନ୍ତି ଏବଂ ମୁଁ ମଧ୍ୟ ସହମତ ଯେ ସେ ଭୁଲ ଥିଲେ। କିନ୍ତୁ ସମୟ ରାଇନାଙ୍କୁ କାହିଁକି ଟ୍ରୋଲ କରାଯାଉଛି? ଯେତେବେଳେ ନୱାଜୁଦ୍ଦିନ ସିଦ୍ଦିକି ସାକ୍ରେଡ୍ ଗେମ୍ସରେ ଏକ ବୋଲ୍ଡ ଭୂମିକାରେ ଅଭିନୟ କରିଥିଲେ, କେହି କୌଣସି ପ୍ରଶ୍ନ ପଚାରି ନଥିଲେ। ଯଦି ଏହି ସୋ’କୁ ବନ୍ଦ କରିବାକୁ ଦାବି ହେଉଛି, ତେବେ ସମସ୍ତ ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଦିଆଯିବା ଉଚିତ। ସମୟ ପ୍ରଥମ ବ୍ୟକ୍ତି ନୁହଁନ୍ତି ଯିଏ ଗାଳି କରି କମେଡି କରୁଛନ୍ତି। ମୁଁ ତୁମକୁ ଏପରି କେତୋଟି ସୋ’ ଦେଖାଇପାରିବି ଯେଉଁଥିରେ ଶାରୀରିକ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା ହୋଇଛି। କାହିଁକି କେବଳ ଗୋଟିଏ ସୋ’କୁ ଟାର୍ଗେଟ କରାଯାଉଛି? ଯଦି ସେମାନେ ଦେଶକୁ ବଞ୍ଚାଇବାକୁ ଚାହାଁନ୍ତି, ତେବେ ସମସ୍ତ ଅଶ୍ଳୀଳ ସୋ’ ବନ୍ଦ ହେବା ଉଚିତ।"

ଏହା ପରେ ରାଖି କହିଥିଲେ, 'ଉଦିତ ନାରାୟଣ ଜଣେ ମହିଳା ପ୍ରଶଂସକଙ୍କ ଓଠରେ ଚୁମ୍ବନ ଦେଇଥିଲେ, କିନ୍ତୁ କେହି କିଛି କହିଲେ ନାହିଁ। ଆମେ ଦେଶରେ ଅନେକ ଦୁଷ୍କର୍ମ ଘଟଣା ଘଟୁଛି, କିନ୍ତୁ କେହି ପ୍ରଶ୍ନ ଉଠାଉ ନାହାନ୍ତି। ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି, ସେମାନେ ସୁରକ୍ଷିତ ନୁହଁନ୍ତି, କିନ୍ତୁ କେହି କ୍ରୋଧ ପ୍ରକାଶ କରୁନାହାଁନ୍ତି। ଉଦିତ ନାରାୟଣ ତାଙ୍କ ମହିଳା ପ୍ରଶଂସକଙ୍କୁ ଚୁମ୍ବନ କରିବା ନେଇ କେହି କିଛି କହିଲେ ନାହିଁ।"