ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ରହିଛି। ଏଭଳି ସମୟରେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ରଣବୀର ଆଲ୍ଲାବାଦିଆ ସେୟାର କରିଥିବା ଏକ ପୋଷ୍ଟ ପୁଣି ବିବାଦରେ ରହିଛି। ଏହି ପୋଷ୍ଟରେ ରଣବୀର ପାକିସ୍ତାନୀଙ୍କୁ କ୍ଷମା ମାଗିଥିବା ନଜର ଆସିଛି।
ମଇ ୧୦ ତାରିଖରେ ରଣବୀର ଆଲ୍ଲାବାଦିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟଗୁଡ଼ିକ ମଧ୍ୟରୁ ଗୋଟିଏରେ ସେ ପାକିସ୍ତାନର ଜନସାଧାରଣଙ୍କୁ କ୍ଷମା ମାଗିଥିବାର ନଜର ଆସିଥିଲେ।
ରଣବୀର ଲେଖିଥିଲେ, "ପ୍ରିୟ ପାକିସ୍ତାନୀ ଭାଇ ଏବଂ ଭଉଣୀମାନେ ମୁଁ ଭାରତୀୟଙ୍କଠାରୁ ଘୃଣା ପାଇବି, କିନ୍ତୁ ଏହା କହିବା ଗୁରୁତ୍ୱପୂର୍ଣ୍ଣ। ଅନେକ ଭାରତୀୟଙ୍କ ପରି ମୋ ହୃଦୟରେ ମଧ୍ୟ ତୁମ ପ୍ରତି ଘୃଣା ନାହିଁ। ଆମ ମଧ୍ୟରୁ ଅନେକ ଲୋକେ ଶାନ୍ତି ଚାହୁଁଛନ୍ତି।
/sambad/media/post_attachments/onecms/images/uploaded-images/2025/05/11/5ccfe69310121e3ce40c85304a0a659c1746939931639276_original-672122.jpeg)
ଆପଣଙ୍କ ଦେଶ ସରକାର ଦ୍ୱାରା ପରିଚାଳିତ ନୁହେଁ। ଆପଣଙ୍କ ଦେଶ ସେନା ଏବଂ ଆଇଏସଆଇ ଦ୍ୱାରା ପରିଚାଳିତ। ସ୍ୱାଧୀନତା ପରଠାରୁ ଏହି ଦୁଇ ଖଳନାୟକ ତୁମର ଅର୍ଥନୀତିକୁ କ୍ଷତି ପହଞ୍ଚାଇଛନ୍ତି। ସେମାନେ ଭାରତରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ପାଇଁ ମଧ୍ୟ ଦାୟୀ ଅଛନ୍ତି। ଯଦି ଆପଣଙ୍କୁ ଲାଗୁଛି କି ଆମେ ଘୃଣା ପ୍ରସାର କରୁଛୁ ତେବେ ମୁଁ ହୃଦୟରୁ ଦୁଃଖିତ।"
ଏହି ପୋଷ୍ଟକୁ ନେଇ ବିବାଦ ହେବାପରେ ରଣବୀର ଏପୋଷ୍ଟକୁ ଡିଲିଟ୍ କରିଦେଇଛନ୍ତି। କିନ୍ତୁ ଏହାର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣବୀରଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲେଖିଛନ୍ତି, 'ତୁମେ ଜେଲରେ ଥିଲ ଭଲ ଥିଲ।'
ଆଉ ଜଣେ ଲେଖିଛନ୍ତି, 'ତୁମେ ପାକିସ୍ତାନରେ ରହିବା ଉଚିତ। କରିଥିବା ପୋଷ୍ଟକୁ କାହିଁକି ଡିଲିଟ କଲ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/11/GGrvL0yMGkZ3TFLas8Li.jpg)