ନୂଆଦିଲ୍ଲୀ: ହାସ୍ୟ ଅଭିନେତା ସମୟ ରାଇନାଙ୍କ ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଇଣ୍ଡିଆନ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା। ଏହି ସୋ’ରେ ଆହ୍ଲାବାଦିଆ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା।  ଆହ୍ଲାବାଦିଆଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲେ । ଏହି ବିବାଦ ପରେ ରଣବୀର ଭିଡିଓ ସେୟାର କରି କ୍ଷମା ପ୍ରାର୍ଥନା କରିଥିଲେ। ସମ୍ପ୍ରତି ରଣବୀର ପୁଣିଥରେ କାମକୁ ଫେରିଛନ୍ତି। 

Advertisment

ରଣବୀର ଆହ୍ଲାବାଦିଆ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘କହିବାକୁ ବହୁତ କିଛି ଅଛି କିନ୍ତୁ ଏବେ ନୁହେଁ।

ଆପଣଙ୍କ ଧୌର୍ଯ୍ୟ ପାଇଁ ଧନ୍ୟବାଦ। ନମସ୍କାର ବନ୍ଧୁଗଣ। ସମସ୍ତ ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ। ଆପଣମାନଙ୍କ ସକାରାତ୍ମକ ବାର୍ତ୍ତା ମୋତେ ଏବଂ ମୋ ପରିବାରକୁ ବହୁତ ସାହାଯ୍ୟ କରିଛି। କାରଣ ଏହି ସମୟ ମୋ ପାଇଁ ବହୁତ କଷ୍ଟକର ଥିଲା। ଖୋଲାଖୋଲି ଭାବରେ ଧମକ ପାଇବା, ଅନଲାଇନରେ ଘୃଣା ପାଇବା ଭଳି ପରିସ୍ଥିତିର ସାମ୍ନା କରିବା ସହଜ ନଥିଲା। 

ମୁଁ ଗତ ୧୦ ବର୍ଷ ଧରି ବିରତି ନ ନେଇ ପ୍ରତି ସପ୍ତାହରେ ୨-୩ଟି ଭିଡିଓ ରିଲିଜ୍ କରୁଛି। ଏବେ ମୁଁ ବାଧ୍ୟତାମୂଳକ ବିରତି ପାଇଛି। ସ୍ଥିରତା ସହିତ ବଞ୍ଚିବା ଶିଖିଛି। ଏହା ଜାଣି ବହୁତ ଖୁସି ଲାଗୁଛି ଯେ ଏତେ ସଂଖ୍ୟକ ଭାରତୀୟ ଆମକୁ ପରିବାରର ସଦସ୍ୟ ଭାବରେ ମାନୁଛନ୍ତି। 

ଆଗାମୀ ୧୦-୨୦-୩୦ ବର୍ଷ ମଧ୍ୟରେ ମୁଁ ଯେତେବେଳେ ବି ବିଷୟବସ୍ତୁ ସୃଷ୍ଟି କରିବି ଅଧିକ ଦାୟିତ୍ୱ ସହିତ ସୃଷ୍ଟି କରିବି। ମୋ କାନ୍ଧରେ କେତେ ବଡ଼ ଦାୟିତ୍ୱ ଅଛି ତାହା ମୁଁ ବୁଝିପାରିଛି।

ଟିଆରଏସର ପୁନଃଆରମ୍ଭ ପର୍ଯ୍ୟାୟରେ ଆମକୁ ସମର୍ଥନ କରିଥିବା ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ଆପଣମାନଙ୍କ ହୃଦୟରେ ମୋତେ ପୁଣି ଥରେ ସ୍ଥାନ ଦିଅନ୍ତୁ। ମୋତେ ଆଉ ଗୋଟିଏ ସୁଯୋଗ ଦିଅନ୍ତୁ। ଆପଣମାନେ ଏବେ ଜଣେ ନୂଆ ରଣବୀରଙ୍କୁ ଦେଖିବାକୁ ମିଳିବ।’