ବିରୁଷ୍କାଙ୍କୁ ରଣବୀରଙ୍କ ବ୍ୟଙ୍ଗତ୍ମକ ଅଭିନନ୍ଦନ!

ମୁମ୍ବାଇ: କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ପରେ ଦୁହିଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କ୍ରିକେଟ୍‌ ତାରକା, ସିନେ କଳାକାର ଏବଂ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ବିରୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ, ଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି ଟୁଇଟର୍‌ରେ ରଣବୀର ସିଂହଙ୍କ କଣ୍ଡମ ବ୍ରାଣ୍ଡ୍‌ ପକ୍ଷରୁ ଜଣା ଯାଇଥିବା ଅଭିନନ୍ଦନ। ଟୁଇଟର୍‌ରେ ଡ୍ୟୁରେକ୍ସ(ଏକ କଣ୍ଡମ ବ୍ରାଣ୍ଡ) ପେଜ୍‌ରେ ଲେଖାଯାଇଛି ‘ ଅଭିନନ୍ଦନ ଅନୁଷ୍କା ଏବଂ ବିରାଟ। ତୁମ ଦୁହିଁଙ୍କ ମଧ୍ୟରେ
ଡ୍ୟୁରେକ୍ସ ବ୍ୟତୀତ ଆଉ କିଛି ନ ଆସୁ।

ଏଠାରେ ଜଣାଇ ଦେଉଛୁ କି ପୂର୍ବରୁ ୨୦୧୦ ମସିହାରେ ରଣବୀର-ଅନୁଷ୍କା ‘ବ୍ୟାଣ୍ଡ୍‌ ବଜା ବାରାତ୍‌’ରେ ଏକତ୍ର କାମ କରିସାରିଛନ୍ତି। ମଜାଦାରିଆ କଥାଟି ହେଉଛି ଉକ୍ତ ଚଳଚ୍ଚିତ୍ରଟି ବିବାହ ପାଇଁ ଯୋଜନା କରୁଥିବା ବ୍ୟକ୍ତିଙ୍କ ଯାତ୍ରା ଉପରେ ଆଧାରିତ। ଅନୁଷ୍କା ଏବଂ ରଣବୀରଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ରହିଛି।

ସମ୍ବନ୍ଧିତ ଖବର