ଏହି ସିନେମାରେ ପୁଣି ରଣବୀର୍‌ –ଦୀପିକା ଯୋଡି

ମୁମ୍ବାଇ: ହିଟ୍‌ ଡ଼ିରେକ୍ଟର ସଞ୍ଜୟ ଲୀଲା ଭଂସାଲୀଙ୍କ ବିବାଦୀୟ ସିନେମା ‘ପଦ୍ମାବତ୍‌’ରେ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜିଙ୍କର ଚରିତ୍ର ନିଭାଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଅଭିନେତା ରଣବୀର ସିଂହ । ତାଙ୍କର ଆଗାମୀ ସିନେମା ମଧ୍ୟରୁ ଗୋଟିଏ ହେଲା ‘ସିମ୍ବା’। ଏହାର ପ୍ରଯୋଜକ ହେଲେ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି। ଏହି ସିନେମାରେ ରଣବୀର ସିଂହଙ୍କୁ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ତେବେ ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକା ନିଭାଇବେ,ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ବଲିଉଡ଼୍‍ରେ ଚର୍ଚ୍ଚା ଚାଲିଥିଲା ଯେ,ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସାଥ୍‌ ପାଇ ପାରନ୍ତି। କୁହାଯାଉଛି ଯେ, ନିର୍ମାତା କରଣ ଜୋହର ଇତିମଧ୍ୟରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍‌ କରିଛନ୍ତି।

photo-youtube

ତେଣେ ଶୁଣିବାକୁ ମିଳୁଛି ଯେ ଏଥିରେ ଦୀପିକା ପାଦୁକୋନଙ୍କ ସାଥ୍‌ ପାଇବେ ରଣବୀର୍‌। ଏହାର କାରଣ ହେଲା ଯେ ଇରଫାନ ଖାନଅଜଣା ରୋଗରେ ପୀଡ଼ିତ ହୋଇଥିବା ହେତୁ ଦୀପିକା ପାଦୁକୋନଙ୍କ ଆଗାମୀ ସିନେମାର ସୁଟିଂ ଆରମ୍ଭ ହୋଇ ପାରୁ ନାହିଁ। ତେଣୁ ସେହି ସମୟରେ ସେ ରୋହିତ ସେଟ୍ଟିଙ୍କ ‘ସିମ୍ବା’ରେ ଅଭିନୟ କରିବେ। ତେବେ ଏକଥା ଏଯାବତ୍‌ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷିତ ହୋଇ ନାହିଁ। ଯଦି ଏଭଳି ଘଟେ ତେବେ ‘ସିମ୍ବା’ ହେବ ଏହି ଯୋଡିଙ୍କର ତୃତୀୟ ସିନେମା। ଆଗରୁ ରାମଲୀଲା ଏବଂ ବାଜିରାଓ-ମସ୍ତାନୀ ରେ ଏକାଠି ନଜର ଆସିଥିଲେ।

ସମ୍ବନ୍ଧିତ ଖବର