ରଣବୀର-ଦୀପିକା ବାହାଘରପୂର୍ବରୁ ଏହି କାମ କରିବେ , ସେଥିପାଇଁ ଯିବେ ବେଙ୍ଗଲୁରୁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାରମାନେ ଅନେକ ସମୟରେ ସେମାନଙ୍କର ଏକାନ୍ତ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ମାସ ହେବ ବଲିଉଡର ଦୁଇ ନାମୀ ତାରକା ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ସେମାନଙ୍କର ବାହାଘର ପାଇଁ ଚର୍ଚ୍ଚାରେ ଅଛନ୍ତି।
ଏବେ ରଣବୀର-ଦୀପିକାଙ୍କ ବିବାହ ସଂପର୍କରେ ଆଉ ଏକ କଥା ସାମ୍ନାକୁ ଆସିଛି। ସୂଚନା ମିଳିଛି ଯେ ବାହାଘରର ୧୦ ଦିନ ପୂର୍ବରୁ ଏକ ପୂଜାରେ ଯୋଗ ଦେବେ। କୁହାଯାଉଛି ଯେ, ରଣବୀର ଓ ଦୀପିକା ବିବାହର ପ୍ରଥମ ସପ୍ତାହରେ ବେଙ୍ଗଲୁରୁ ଯିବେ। ସେଠାରେ ବିବାହ ପୂର୍ବରୁ ନନ୍ଦୀ ପୂଜାରେ ଅଂଶ ଗ୍ରହଣ କରିବେ। ଏହି ପୂଜାର ଆୟୋଜନ ଦୀପିକାଙ୍କ ବେଙ୍ଗୁଲୁରୁ ଘରେ ଆୟୋଜିତ ହେବ।

ଦୀପିକା ପାଦୁକୋନ୍‌ଙ୍କ ମାଆ ଉଜ୍ଜ୍ୱଳା ବେଙ୍ଗଲୁରୁର ପ୍ରସିଦ୍ଧ ନନ୍ଦୀ ମନ୍ଦିରରେ ପଣ୍ଡିତମାନଙ୍କ ସଂପର୍କରେ ଏହି ପୂଜା ସଂପର୍କରେ ଆଲୋଚନା କରିଛନ୍ତି। ଏଥିପାଇଁ ବୁକିଂ ବି ସରିଛି। ଉଭୟ ରଣବୀର ଓ ଦୀପିକାଙ୍କ ଉପସ୍ଥିତିରେ ନନ୍ଦୀ ପୂଜା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
ଏହି ଦୁଇ ନାମୀ କଳାକାର ନଭେମ୍ବର ୨୦ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି।
ବେଶ୍‌ କିଛି ଦିନ ହେବ ବଲିଉଡ଼ରେ ଲୋକପ୍ରିୟ ନାୟକ ରଣବୀର ସିଂହ ଓ ନାୟିକା ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ ଧରିଛି। ରଣବୀର ଓ ଦୀପିକାଙ୍କ ବାହାଘର ଚଳିତ ବର୍ଷ ନଭେମ୍ବର ୨୦ ତାରିଖରେ ହେବ ବୋଲି ଆପାତତଃ ସ୍ଥିରୀକୃତ ହୋଇଛି ।ଅବଶ୍ୟ ଏସଂପର୍କରେ ଉଭୟଙ୍କ ପକ୍ଷରୁ କୌଣସି ଔପଚାରିକଭାବେ ଘୋଷଣା କରାଯାଇ ନାହିଁ। ଏବେ ଆଉ ଏକ ଖବର ମିଳିଛି ଯେ ଏହି ପ୍ରେମୀଯୁଗଳ ଚାହୁଁଛନ୍ତି ଯେ ସେମାନଙ୍କ ବାହାଘରକୁ କେହି ଅତିଥି ସାଙ୍ଗରେ ମୋବାଇଲ ଫୋନ୍‌ ନ ଆଣିବାକୁ କୁଆଡେ ଅନୁରୋଧ କରିଛନ୍ତି। ଏହାଫଳରେ ଏହି ବାହାଘରର ଗୋପନୀୟତା ରକ୍ଷା ହେବ ବୋଲି ରଣବୀର ଏବଂ ଦୀପିକା ଭାବୁଛନ୍ତି।

ଏହି ବିବାହ ଉତ୍ସବକୁ କେବଳ ଉଭୟ ପରିବାରର ନିକଟତମ ସଦସ୍ୟ ଏବଂ କିଛି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି। ଉଭୟ ପକ୍ଷରୁ ଏହି ବାହାଘର ଲାଗି ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାଯାଇଛି। କିଛି ଦିନ ତଳେ ମୁମ୍ବାଇର ଏକ ଜୁଏଲର୍ସ ସପ୍‌ରେ ଦୀପିକା ପାଦୁକୋନ୍‌ ମାଆ ଓ ଭଉଣୀ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ଉଭୟଙ୍କର ବାହାଘର କଥା ଚର୍ଚ୍ଚା ହେବା ଜୋର୍‌ ଧରିଥିଲା। ବିରାଟ-ଅନୁଷ୍କାଙ୍କ ବାହାଘରପରେ ଏବେ ସମସ୍ତଙ୍କ ନଜର ରହିଛି ଏହି ବ୍ୟୟବହୁଳ ବିବାହ ଉତ୍ସବ ଉପରେ।

ସମ୍ବନ୍ଧିତ ଖବର