ବିବାହ ସମୟରେ କାନ୍ଦୁଥିଲେ ବାପଝିଅ; ଏମତି କହି ବୁଝାଇଲେ ଜ୍ୱାଇଁ ବାବୁ ରଣବୀର

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନ। ସେମାନେ ଇଟାଲିରେ ଉଭୟଙ୍କ ରୀତିରେ ବିବାହ ସାରିବା ପରେ ମୁମ୍ବାଇ ଫେରିଛନ୍ତି। ପ୍ରଥମେ ଦୀପିକାଙ୍କ ବଂଶ ରୀତି କୋଙ୍କଣୀ ପ୍ରଥା ଅନୁସାରେ ବିବାହ ଗତ ୧୪ ତାରିଖରେ ସଂପନ୍ନ ହେବା ବେଳେ ପରଦିନ ୧୫ ତାରିଖରେ ସିନ୍ଧି ପ୍ରଥା ଅନୁସାରେ ବିବାହ ସଂପନ୍ନ ହୋଇଥିଲା।

ସବୁ ଭାରତୀୟ ଝିଅଙ୍କ ପରି ଦୀପିକା ବି ବିବାହ ଦିନ ସମାନ୍ୟ ଭାବପ୍ରବଣ ହୋଇ ପଡ଼ିଥିଲେ। ସୂଚନା ରହିଛି ଯେ ସିନ୍ଧି ରୀତି ଅନୁସାରେ ବିବାହ ହେବା ସମୟରେ ଦୀପିକା କାନ୍ଦି ପକାଇଥିଲେ। ସେହି ସମୟରେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ବି ଦୀପିକାଙ୍କୁ ଧରି କାନ୍ଦିବାକୁ ଲାଗିଥିଲେ।

ମାତ୍ର ଏ ଦୃଶ୍ୟ ଭିତରେ ରଣବୀର ସିଂହଙ୍କ ଆବିର୍ଭାବ ଅତ୍ୟନ୍ତ କୌତୁକିଆ ଥିଲା। ସେ ଧାଇଁ ଆସି ଉଭୟ ବାପଝିଅଙ୍କୁ କୁଣ୍ଢାଇ ପକାଇଥିଲେ। ଦୁହିଁଙ୍କୁ ଧରିବା ସହ ଦୀପିକାଙ୍କର ସବୁବେଳେ ସେ ଯତ୍ନ ନେବେ ବୋଲି ପ୍ରକାଶ ପାଦୁକୋନଙ୍କ ଶାନ୍ଵନା ଦେଇଥିଲେ।

 

ସମ୍ବନ୍ଧିତ ଖବର