ସାରା ଅଲ୍ଲୀ ଖାନ୍‌ଙ୍କ ସହିତ ମସ୍ତି କରୁଛନ୍ତି ରଣବୀର ସିଂହ , ଭିଡିଓ ହେଲା ଭାଇରାଲ୍‌

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର ସିଂହ ବର୍ଷ ଆରମ୍ଭରୁ ହିଁ ତାଙ୍କର ଗୋଟିଏ ପରେ ଗୋଟିଏ ପିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଫିଲ୍ମ ‘ପଦ୍ମାବତ୍‌’ରେ ଦର୍ଶକଙ୍କୁ ନିଜର ଅଭିନୟ ଦକ୍ଷତା ଦେଖେଇଲା ପରେ ପୁଣିଥରେ ଅଭିନେତା ରଣବୀର ‘ଡ଼େଡ଼ପୁଲ୍‌-୨’ଫିଲ୍ମରେ ରେ ନିଜର ଭଏସ୍‌ ଦେଇ ଦର୍ଶକଙ୍କୁ ଖୁସି କରିଥିଲେ। ହେଲେ ଏବେ ଅଭିନେତା ରଣବୀର୍‌ ତାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ସିଂମ୍ବା’ରେ ସୁଟିଂରେ ବ୍ୟସ୍ତ ରହିଛନ୍ତି। ଯେଉଁଥିରେ କି ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ଛୋଟେ ନବାବ୍‌ ତଥା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅଭିନେତ୍ରୀ ଅମୃତା ସଂହଙ୍କ ଲାଡ଼୍‍ଲି ଝିଅ ସାରା ଅଲ୍ଲୀ ଖାନ୍‌!

ଫିଲ୍ମ ‘ସିଂମ୍ବା’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଯୁବ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟି।ତେବେ ଏହି ଏହାର ସୁଟିଂ ଆରମ୍ଭରୁ ହିଁ ଫିଲ୍ମରେ ଖୁବ୍‌ ମସ୍ତି ହୋଇଥିବାର ଏକ ଭିଡ଼ିଓ ‘ୟୁଟ୍ୟୁବ୍‌’ରେ ସେଆର୍‌ ହୋଇଥିବାର ଦେଖାଯାଇଛି।

ସୂଚନା ଅନୁଯାୟୀ ଏବେ ଫିଲ୍ମ ‘ସିଂମ୍ବା’ର ସୁଟିଂ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଆରମ୍ଭ ହୋଇଛି । ଏଥିରେ ଅଭିନେତା ରଣବୀର୍‌ ସିଂହଙ୍କୁ ଏଥିରେ ଜଣେ ପୋଲିସ୍‌ ଅଫିସର୍‌ର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ,ଯେଉଁ ଭୂମିକାରେ କି ଅଭିନେତା ରଣବୀରଙ୍କୁ ତାଙ୍କର ଚିର-ପରିଚିତ ଢ଼ଙ୍ଗରେ ମସ୍ତି କରୁଥିବାର ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର