ଓଟିଟିରେ ଆସିବନି ରଣବୀରଙ୍କ ଫିଲ୍ମ ‘୮୩’

ରିଲାଏନ୍‌ସ ଏଣ୍ଟରଟେନ୍‌ମେଣ୍ଟ୍ ପକ୍ଷରୁ ନିର୍ମିତ ୧୯୮୩ କ୍ରିକେଟ୍‌ ବିଶ୍ବକପ୍‌ ଉପରେ ଆଧାରିତ ଚଳଚ୍ଚିତ୍ର ‘୮୩’ ଓଟିଟି ତଥା ଡିଜିଟାଲ୍‌ ଫର୍ମାଟ୍‌ରେ ପ୍ରିମିୟର୍‌ ହେବ ବୋଲି ଚର୍ଚ୍ଚା ହେଉଥିଲା ହେଁ ପ୍ରଯୋଜନା ସଂସ୍ଥା ଏହାକୁ ଖଣ୍ଡନ କରିଛି। ଥିଏଟର୍‌ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏପ୍ରିଲ୍‌ ୧୦ରେ ମୁକ୍ତିଲାଭ ବୋଲି ସ୍ଥିର ହୋଇଥିଲେ ହେଁ କରୋନା ଲକଡାଉନ୍‌ ପାଇଁ ମାର୍ଚ୍ଚ ୨୦ତାରିଖରେ ରଣବୀରଙ୍କ ଏହି କ୍ରୀଡ଼ାଭିତ୍ତିକ ଚଳଚ୍ଚିତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏକ ରିପୋର୍ଟ ମୁତାବକ, ଗୋଟେ ବଡ଼ ଓଟିଟି ପ୍ଲାଟଫର୍ମ ଏହି ଚଳଚ୍ଚିତ୍ର ପାଇଁ ପ୍ରଯୋଜନା ସଂସ୍ଥାକୁ ୧୪୩ କୋଟି ଟଙ୍କାର ଅଫର୍‌ ଦେଇଥିଲା। ମାତ୍ର ଏହାକୁ ପ୍ରଯୋଜନା ସଂସ୍ଥା ଅଗ୍ରାହ୍ୟ କରିବା ସହ ଏହା କିଛି ମାସ ମଧ୍ୟରେ ଥିଏଟର୍‌ରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଗ୍ରୁପ୍‌ ସିଇଓ ଶୁଭାଶିଷ ସରକାର କହିଛନ୍ତି, ଆମେ ଆଉ ୪ରୁ ୬ ମାସ ପର୍ଯ୍ୟନ୍ତ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପାଇଁ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ଅଛୁ। ଏପରିକି ଫିଲ୍ମଟିର ପୋଷ୍ଟ ପ୍ରଡକ୍ସନ୍‌ ମଧ୍ୟ ବାକି ଅଛି ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର