ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର ସିଂଙ୍କ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାନୀ' ବର୍ତ୍ତମାନ ପ୍ରେକ୍ଷାଳୟରେ ପ୍ରଶଂସା ସାଉଁଟୁଛି। ତାଙ୍କ ଫିଲ୍ମ ବକ୍ସ ଅଫିସରେ ଖୁବ୍ ଭଲ ରୋଜଗାର କରୁଛି। ଏହାରି ମଧ୍ୟରେ ରଣବୀର ଏବଂ ଆଲିଆ ପୁଣି ଥର ଚର୍ଚ୍ଚାକୁ ଅ‌ାସିଛନ୍ତି। ସେମାନେ ଥିଏଟର୍‌ରେ ଲୋକ ଭିିଡ଼ ଜମିଥିବା ବେଳେ ସେଠାରେ ଯାଇ ପହଞ୍ଚିଥିଲେ। ସିନେମା ହଲ୍‌ ଭିତରେ ରକି ଆଉ ରାନୀଙ୍କୁ ଦେଖି ପ୍ରଶଂସକ ଖୁବ୍‌ ଉତ୍ସାହିତ ହୋଇ ଯାଇଥିଲେ।

Advertisment

ମଙ୍ଗଳବାର ଦିନ ରଣବୀର ଓ ଆଲିଆ ଥିଏଟର୍‌ରେ ପହଞ୍ଚିଥିବା ବେଳେ ସେଠାରେ ଦେଖୁ ଦେଖୁ ଭିଡ଼ ଜମି ଯାଇଥିଲା। ପ୍ରଶଂସକମାନେ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବା ପରେ ପୂରା ଘେରି ଯାଇଥିଲେ। ଏହି ଅବସରରେ ସିନେ ନିର୍ମାତା କରଣ ଜୋହର ମଧ୍ୟ ସେମାନଙ୍କ ସହ ହଲ୍‌କୁ ଯାଇଥିଲେ।

ଲୋକମାନେ ସେମାନଙ୍କ ଚଳଚ୍ଚିତ୍ରକୁ ପସନ୍ଦ କରୁଛନ୍ତି କି ନାହିଁ  ତାହା ଦେଖିବା ପାଇଁ ଦୁଇ କଳାକାର ନିଜେ ପ୍ରେକ୍ଷାଳୟ ଭିତରକୁ ଯାଇଥିଲେ। ସେମାନଙ୍କୁ ହଠାତ୍‌ ସେଠାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଦର୍ଶକ। ବର୍ତ୍ତମାନ ଏହି  ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି।

ରଣବୀର, ଆଲିଆ ଓ କରଣଙ୍କୁ ଦେଖିବା ପରେ ପ୍ରଶଂସକମାନେ ଫଟୋ ଉଠାଇବା ଆରମ୍ଭ କରି ଦେଇଥିଲେ। ପ୍ରଶଂସକଙ୍କ ସହ ରଣବୀର ତାଙ୍କ ଚରିତ୍ର ରକିଙ୍କ ଶୈଳୀରେ କଥା ହେଉଥିବା ବେଳେ ଫିଲ୍ମକୁ ପସନ୍ଦ କରିଥିବାରୁ ଆଲିଆ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଉଛନ୍ତି।

ଫିଲ୍ମଟି ଏବେ ସୁଦ୍ଧା ରିଲିଜ୍‌ ହେବାର ୫ ଦିନ ମଧ୍ୟରେ ବିଶ୍ବ ସ୍ତରରେ ୧୧୭ କୋଟି ଟଙ୍କାର ବେପାର କରି ସାରିଲାଣି। ଏହାକୁ ତିଆରି କରିବାକୁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।