ମୁମ୍ବାଇ: ସିନେମା ଓ ଖେଳର ସମ୍ପର୍କ ବହୁତ ପୁରୁଣା। ଅନେକ କ୍ରିକେଟର ସିନେମା ଦୁନିଆ ସହିତ ଜଡ଼ିତ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସେହିପରି ଅନେକ ସିନେମା ଅଭିନେତା ଓ ଅଭିନେତ୍ରୀ କ୍ରିକେଟ ଟିମ କିଣିଛନ୍ତି। ଏହି ତାଲିକାରେ ଜୁହି ଚାୱଲା, ଶାହାରୁଖ ଖାନ ଓ ପ୍ରୀତି ଜିଣ୍ଟା ଭଳି ଷ୍ଟାର୍ସ ସାମିଲ ରହିଛନ୍ତି। ତେବେ ବଲିଉଡ୍ ସେଲିବ୍ରିଟି ଆଇପିଏଲରେ ରୁଚି ଦେଖାଇବା କିଛି ନୂଆ କଥା ନୁହେଁ । ଶାହରୁଖ ଖାନ, ଜୁହି ଚାଓ୍ୱାଲା କେକେଆରରେ ମାଲିକ ଅଟନ୍ତି । ସେହିପରି ପ୍ରୀତି ଜିଣ୍ଟା ପଞ୍ଜାବ କିଙ୍ଗସରେ ମାଲିକାଣୀ ।
ଏବେ ଏହି ତାଲିକାରେ ବଲିଉଡ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ନାମ ବି ସାମିଲ ହେବାକୁ ଯାଉଛି। ପ୍ରକଶିତ ରିପୋର୍ଟ ମୁତାବକ, ଆଗାମୀ ବର୍ଷ ହେବାକୁ ଥିବା ଆଇପିଏଲରେ ଦୀପବୀର ଯୋଡ଼ି ନିଜର ଆଇପିଏଲ ଟିମ ଲଞ୍ଚ କରିବାକୁ ଯାଉଛନ୍ତି।
ଆଗାମୀ ବର୍ଷ ଆଇପିଏଲରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିବ। ବିସିସିଆଇଙ୍କ କହିବାନୁସାରେ, ଆଗାମୀ ବର୍ଷ ଆଇପିଏଲରେ ୮ବଦଳରେ ୧୦ଟି ଟିମ ହେବ। ଅର୍ଥାତ ଦୁଇଟି ନୂଆ ଟିମକୁ ସାମିଲ କରାଯିବ। ଏଥିସହିତ ୨ଟି ନୂଆ ଟିମକୁ କିଣିବା ପାଇଁ ବଡ଼ବଡ଼ ହସ୍ତି ସାମ୍ନାକୁ ଆସିଛନ୍ତି। ଏଥିରେ ରଣବୀର ଓ ଦୀପିକା ଆଇପିଏଲରେ କ୍ରିକେଟ ଟିମ କିଣିବା ପାଇଁ ଆଗ୍ରହୀ ଥିବା ଖବର ସାମ୍ନାକୁ ଆସିଛି।