ଦୀପିକା-ରଣବୀରଙ୍କ ବିବାହ ତାରିଖ ସ୍ଥିର ହେଲା

ମୁମ୍ବାଇ: ୨୦୧୮ ମସିହା ବଲିଉଡରେ ଯେପରି ବିବାହର ଋତୁ ଆଣିଛି । ଏହି ବିବାହ ତାଲିକାରେ ବର୍ତ୍ତମାନ ସାମିଲ ହେବାକୁ ଯାଉଛନ୍ତି ବଲିଉଡର ଚର୍ଚ୍ଚିତ ପ୍ରେମୀଯୁଗଳ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ବଲିଉଡ଼ର ରାମଲୀଲା ଯୋଡ଼ି ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୁମ୍ବାଇରେ ଦୁହିଁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବାର ସୂଚନା ରହିଛି।

bdmorning.com

ଦୀପିକା ଏବଂ ରଣବୀରଙ୍କ ବିବାହ ବହୁ ଦିନରୁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏ ନେଇ ଦୁହଁଙ୍କ ପରିବାର ସଦସ୍ୟ ଜୁଲାଇରେ ବିବାହ କରିବାକୁ ଚିନ୍ତା କରିଥିବା ବେଳେ ଦୁହିଁଙ୍କ କାର୍ଯ୍ୟବ୍ୟସ୍ତତା ପାଇଁ ବର୍ତ୍ତମାନ ଏହାକୁ ନଭେମ୍ବରକୁ ପରିବର୍ତ୍ତନ କରାଯାଇଛି। ତେବେ ନିକଟରେ ବିବାହ ପ୍ରସ୍ତୁତି ଏବଂ ଏହାର ତାରିଖ ନିର୍ଣ୍ଣୟ କରିବା ପାଇଁ ଦୀପିକାଙ୍କ ପରିବାର ସଦସ୍ୟ ବାଙ୍ଗାଲୁରୁରୁ ମୁମ୍ବାଇ ଆସିଥିବା ଜଣାପଡ଼ିଛି। ଦୀପିକା ବର୍ତ୍ତମାନ ତାଙ୍କ ସୁଟିଂ ସହ ବିବାହର ସପିଂରେ ମଧ୍ୟ ବ୍ୟସ୍ତ ରହିଛନ୍ତି । ତେବେ କୌଣସି ଡ଼େଷ୍ଟିନେସନ େଓ୍ଵଡ଼ିଙ୍ଗ ନୁହଁ ବରଂ ମୁମ୍ବାଇଠାରେ ଦୁଇ କଳାକାର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।
ତେବେ ବର୍ତ୍ତମାନ ବହୁ ଅପେକ୍ଷାର ଅନ୍ତ ଘଟିବା ସହ ଦିପିକା ଏବଂ ରଣବୀରଙ୍କ ବହୁ ପ୍ରଶଂସକଙ୍କର ହୃଦୟ ଭାଙ୍ଗିବାକୁ ଯାଉଛି। ବିବାହର ଏହି ଡ଼େଟ ବିଷୟରେ ଦିପିକା ଏବଂ ରଣବିରଙ୍କ ତରଫରୁ କିଛି ସୂଚନା ମିଳିନାହିଁ ।

ସମ୍ବନ୍ଧିତ ଖବର