ସଚିନ୍‌, ଆକ୍ରାମ୍‌ ଏବଂ ଭିଭିଆନ୍‌ ରିଚାର୍ଡସଙ୍କର ସ୍ୱାକ୍ଷର ଥିବା ବ୍ୟାଟ୍‌କୁ ୧.୭୫ ଲକ୍ଷ ଟଙ୍କାରେ କିଣିଲେ ଅଭିନେତା ରଣବୀର ସିଂହ 

ଲଣ୍ଡନ : ଅଭିନେତା ରଣବୀର ସିଂହ  ଗତକାଲି ସଚିନ୍‌ ତେନ୍ଦୁଲକର୍‌, ସାର୍‌ ଭିଭିଆନ୍‌ ରିଚାର୍ଡସ ଏବଂ ଓ୍ଵାସିମ୍‌ ଆକ୍ରାମ୍‌ ଭଳି ତାରକା କ୍ରିକେଟ୍‌ ଖେଳାଳିଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିସହିତ ଅଭିନେତା ରଣବୀର କ୍ରିକେଟ୍‌ ଜଗତର ଏହି ବରିଷ୍ଠ ଖେଳାଳିଙ୍କ ସହିତ ତାଙ୍କର ଏହି ସାକ୍ଷାତକାରକୁ ସ୍ମରଣୀୟ କରିବାକୁ ଯାଇ  ସେମାନଙ୍କ ସହ ଫଟୋ ଉଠାଇଥିଲେ। ସେ ଭାରତୀୟ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କ ସହିତ ଫଟୋ ଉଠାଇ ସେଥିରେ ସେ ‘ଗଡ୍‌ ଅଫ୍‌ ଦ କ୍ରିକେଟ୍‌’, ସାର୍‌ ଭିଭିଆନ୍‌ ରିଚାର୍ଡସଙ୍କ ସହ ଫଟୋ ଉଠାଇ ‘ଦ ଇନ୍‌ କମ୍ପାରେବୁଲ୍‌ ସାର୍‌ ଭିଭିଆନ୍‌ ରିଚାର୍ଡସ୍‌’ ଏବଂ ଓ୍ଵାସିମ୍‌ ଆକ୍ରାମ୍‌ଙ୍କ ସହ ଫଟୋ ଉଠାଇ ‘ସ୍ପିଙ୍ଗ୍‌ କିଙ୍ଗ୍‌’ ବୋଲି କ୍ୟାପ୍‌ସନ୍‌ ଦେଇ ସୋସିଆଲ୍ ମିଡିଆରେ ସେୟାର କରିଥିଲେ।

Times of India

ସୂଚନା ଅନୁଯାୟୀ, ଅଭିନେତା ରଣବୀର ଏହି କାର୍ଯ୍ୟକ୍ରମରେ ସଚିନ୍‌ ତେନ୍ଦୁଲକର୍‌, ଭିଭିଆନ୍‌ ରିଚାର୍ଡସ ଏବଂ ଓ୍ଵାସିମ୍‌ ଆକ୍ରାମ୍‌ଙ୍କ ହସ୍ତାକ୍ଷର ଥିବା ଏକ ବ୍ୟାଟ୍‌କୁ ୨୦୦୦ ପାଉଣ୍ଡ୍‌ ମୂଲ୍ୟ ଦେଇ କିଣିଛନ୍ତି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧.୭୫ ଲକ୍ଷ ଟଙ୍କା।

ଆପଣଙ୍କ ସୂଚନା ପାଇଁ ଜଣାଉ ଅଛୁ କି ଅଭିନେତା ରଣବୀର ସିଂହ କବୀର ଖାନ୍‌ଙ୍କ ଦ୍ୱାରା ଅଭିନୀତ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତର ହୋଇଥିବା ଐତିହାସିକ ବିଜୟ ଉପରେ ଆଧାରିତ ଫିଲ୍ମ ‘୧୯୮୩ କ୍ରିକେଟ୍‌ ବିଶ୍ୱକପ୍‌’ରେ ଅଭିନୟ କରୁଛନ୍ତି। ଯେଉଁଥିରେ ରଣବୀରଙ୍କ ବ୍ୟତୀତ ସାକିବ ସଲିମ୍‌, ଆର ବଦ୍ରୀ, ହୈରଡି ସଂଧୁ, ଚିରାଗ ପାଟିଲ, ପଂକଜ ତ୍ରପାଠୀ, ଆମ୍ମି ବିର୍କ ଏବଂ ସାହିଲ୍‌ ଖଟ୍ଟର ଆଦିଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ସମ୍ବନ୍ଧିତ ଖବର