ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ତଥା ପାୱାର କପଲ୍ ଭାବେ ପରିଚିତ ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍ ଓ ସଲମାନ୍ ଖାନ୍ଙ୍କ ପଡ଼ୋଶୀ ବନିବାକୁ ଯାଉଛନ୍ତି। ରଣବୀର ସିଂହ ସାଗର ରେସମ୍ ରେସିଡେନ୍ସିଆଲ୍ ଟାୱାରରେ ଏକ ବିଳାସମୟ ଆପାର୍ଟମେଣ୍ଟ୍ କିଣିଛନ୍ତି।
ତେବେ ରଣବୀର କିଣିଥିବା ଏହି ଆପର୍ଟମେଣ୍ଟ୍ଟି ଏବେ ବି ନିର୍ମାଣଧୀନ ଅଛି। ଏହି ଆପର୍ଟମେଣ୍ଟ୍ ଭିତରୁ ସମୁଦ୍ରର ଖୁବ୍ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ। ଜାଣିବାକୁ ମିଳିଛି ଯେ ରଣବୀର ସିଂହ ଏହି ଘରକୁ ୧୧୯ କୋଟି ଟଙ୍କାରେ କିଣିଛନ୍ତି। ଏହି ଆପାର୍ଟମେଣ୍ଟ୍କୁ ଦେଶର ସବୁଠାରୁ ମହଙ୍ଗା ଆପାର୍ଟମେଣ୍ଟ୍ ବୋଲି କୁହାଯାଉଛି।
ଖାସ୍ କଥା ହେଉଛି ଏହି ଆପାର୍ଟମେଣ୍ଟ୍ ଶାହାରୁଖ୍ ଖାନ୍ଙ୍କ ମନ୍ନତ ଓ ସଲ୍ମାନ ଖାନ୍ଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍ ମଝିରେ ରହିଛି। ଖବରରୁ ଜାଣିବାକୁ ମିଳିଛି ଯେ ରଣବୀରଙ୍କୁ ଏହି ଆପାର୍ଟମେଣ୍ଟ୍ ବ୍ୟତୀତ ୧୯ଟି ପାର୍କିଂ ସ୍ଥାନ ବି ଆର୍ଲଟ କରାଯାଇଛି।
ରଣବୀରଙ୍କୁ ସମୁଦାୟ ୧୧,୨୨୬ ବର୍ଗ ଫୁଟ୍ ଜାଗା ଆର୍ଲଟ ହୋଇଥିବା ବେଳେ ପ୍ରତ୍ୟେକ ବର୍ଗ ଫୁଟ୍ର ଦର ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ। ଏହି ଘର ପାଇଁ ରଣବୀର ରାଜସ୍ବ ବିଭାଗକୁ ୭.୧୩ କୋଟି ଟଙ୍କା ବି ଦେଇଛନ୍ତି।
ରଣବୀର ନିକଟରେ ‘ଜୟସ୍ଭାଇ ଜୋର୍ଦାର୍’ରେ ନଜର ଆସିଥିଲେ। ସେ ଆଗକୁ ରୋହିତ ସେଟ୍ଟୀଙ୍କ ‘ସର୍କସ’ରେ ନଜର ଆସିବେ ବୋଲି ସୂଚନା ରହିଛି। ସେ ଅଭିନୟ କରିଥିବା କରଣ ଜୋହରଙ୍କ ‘ରକି ଔର୍ ରାନୀ କି ପ୍ରେମ୍ କହାନୀ’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ran-dipika.jpg)