ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହର ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଆଉ ଏକ ବିଲଉଡ୍ କପୁଲଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବଲିଉଡ ଲଭବାର୍ଡ ହେଲେ ରଣବୀର ସିଂ ଓ ଦୀପିକା ପାଦୁକୋନ୍ । ଦୁହେଁ ନୂଆବର୍ଷର ଖୁସି ଶ୍ରୀଲଙ୍କାରେ ମନାଇଥିଲେ। ତେବେ ଦୀପିକା ବି ନିଜର ଜନ୍ମଦିନ ଶ୍ରୀଲଙ୍କାରେ ମନାଇବେ ବୋଲି ଯୋଜନା କରିଛନ୍ତି।
ଜାନୁଆରି ୫ ତାରିଖରେ ଦୀପିକା ପାଦୁକୋନ୍ଙ୍କ ୩୨ତମ ଜନ୍ମଦିନ। ତେବେ ଦୀପିକାଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି କି, ଦୀପିକାଙ୍କ ନିର୍ବନ୍ଧ ଜାନୁଆରି ୫ ତାରିଖରେ ରଣବୀର ସିଂହଙ୍କ ସହିତ ହୋଇପାରେ !
/sambad/media/post_attachments/wp-content/uploads/2018/01/article-l-20171131010370538225000-300x171.jpg)
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୀପିକା ଜନ୍ମଦିନ ଶ୍ରୀଲଙ୍କାରେ ପାଳନ କରିବାର ଯୋଜନା ରଖିଛନ୍ତି। ସେଠାକୁ ରଣବୀର ଏକ ବିଜ୍ଞାପନର ସୁଟିଂ କରିବାକୁ ଯାଇଛନ୍ତି। ନୂଆବର୍ଷକୁ ଏକାଠି ପାଳନ କରିବା ପରେ ଦୁହିଁଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ନିଜର ନିର୍ବନ୍ଧ କିମ୍ବା ବିବାହକୁ ନେଇ ରଣବୀର ଓ ଦୀପିକା ଏଯାବତ ମୁହଁ ଖୋଲି ନାହାନ୍ତି। ତେବେ ଦୀପିକାଙ୍କ ଜନ୍ମଦିନରେ ଦୁହିଁଙ୍କର ନିର୍ବନ୍ଧ ହେବ ବୋଲି କଳ୍ପନାଜଳ୍ପନା ଜୋର ଧରିଛି।
/sambad/media/post_attachments/wp-content/uploads/2018/01/ranveer-n-deepika-1-258x300.jpg)
ରଣବୀର ଓ ଦୀପିକା ଆଜି ଯାଏଁ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। ନିକଟରେ କଥା କଥାରେ ରଣବୀର ଦୀପିକାଙ୍କ ବୟଫ୍ରେଣ୍ଡ ବୋଲି ସ୍ୱୀକାର କରିଥିଲେ। ଦୁହିଁଙ୍କ ପରିବାର ବି ଏକାଠି ବସି କିଛି ସମୟ ବିତାଇବାର ଖବର ବି ମିଳିଛି। ଦୀପିକା ଓ ରଣବୀରଙ୍କୁ ଏକାଠି ସିନେମା ‘ରାମଲୀଲା’, ‘ବାମ୍ବ୍ରୋ ଟକିଜ’ ଓ ‘ବାଜିରାଓ ମସ୍ତାନି’ରେ ଦେଖିବାକୁ ମିଳିଥିଲା। ଦୁହେଁ ଆଗାମୀ ସିନେମା ‘ପଦ୍ମାବତୀ’ରେ ନିଜର ଆସିବେ। ଏହି ସିନେମା ଡିସେମ୍ବରରେ ରିଲିଜ ହେବାର ଥିଲା ବିବାଦ କାରଣରୁ ଏହାର ରିଲିଜ ତାରିଖ ଘୁଞ୍ଚି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/NBT-image-1-1.jpg)