ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ନ୍ୟୁୟର୍କରେ ଏବେ ଏକାନ୍ତ ସମୟ ଅତିବାହିତ କରୁଛନ୍ତି। ଫିଲ୍ମରୁ କିଛି ସମୟ ବିରତି ନେଇ ସେ ନ୍ୟୁୟର୍କରେ ବୁଲୁଥିବାର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ତେବେ ଛୁଟି କଟାଇବା ସମୟରେ ରଣବୀର ଜିନିଷ କିଣିବା ସହ ସେଠାରେ ମିଳୁଥିବା ଖାଦ୍ୟର ମଜା ନେଉଛନ୍ତି। ତେବେ ଅଧିକ ଖାଦ୍ୟ ଖାଇ ସେ 'ଫୁଡ୍ କୋମା'ର ଶିକାର ହୋଇଥିବା ଜଣାପଡ଼ିଛି। ସେୟାର କରିଥିବା ଇନଷ୍ଟା ଷ୍ଟୋରୀରେ 'ଫୁଡ୍ କୋମା'ର ଶିକାର ହୋଇଥିବା କଥା କହିଛନ୍ତି ରଣବୀର ।
 aajtakତେବେ କୌଣସି ରୋଗ ନୁହେଁ, ଅଧିକ ଖାଦ୍ୟ ଖାଇଥିବାରୁ ରଣବୀର ଏଭଳି ଲେଖିଥିବା ଜଣାପଡ଼ିଛି। ସୂଚନା ମୁତାବକ, ନ୍ୟୁୟର୍କରେ ରଣବୀର ଟାକୋ, ହନି-ବଟର ଟୋଷ୍ଟ, ମାର୍ଶଲୋ, ପେଷ୍ଟ୍ରି ସହିତ ଅନେକ ସୁସ୍ବାଦୁ ଖାଦ୍ୟର ସ୍ବାଦ ଚାଖିଥିଲେ। ଇନଷ୍ଟାରେ ରଣବୀର ଛାଡ଼ିଥିବା ଦୁଇଟି ଫଟୋରେ ଦେଖାଯାଇଛି ଯେ, ଏକାଧିକ ବ୍ୟାଞ୍ଜନ ସହ ରଣବୀର ବସିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ପେଟରେ ହାତ ରଖି ଶୋଇଛନ୍ତି। ଶୋଇଥିବା ଫଟୋରେ ସେ ଏତେ ପ୍ରକାର ଖାଦ୍ୟ ଖାଇ ଫୁଡ କୋମାକୁ ଚାଲିଯାଇଥିବା ଲେଖିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ସ-174.jpg)