କାର୍‌ କି ଘୋଡ଼ାରେ ନୁହେଁ, ବର ବେଶରେ ଏହି ଯାନରେ ଦୀପିକାଙ୍କୁ ଆଣିବା ପାଇଁ ଯିବେ ରଣବୀର ସିଂହ!

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ନିଜ ପରିବାର ସହ ଇଟାଲୀ ଯାଇ ସାରିଛନ୍ତି । ନଭେମ୍ବର ୧୪-୧୫ରେ ବିବାହ ହେବାକୁ ଥିବା ବେଳେ ବିବାହ ମଣ୍ଡପର ସାଜସଜ୍ଜା ଜୋରସୋରରେ ଆରମ୍ଭ ହୋଇଛି । ପୂର୍ବରୁ ଦୁହେଁ କ’ଣ ପିନ୍ଧିବେ ସେ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏବେ ରଣବୀର କେମିତି ବିବାହ ମଣ୍ଡପକୁ କେମିତି ପ୍ରବେଶ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଘୋଡ଼ା କି କୌଣସି ବିଳାସପୂର୍ଣ୍ଣ କାର୍‌ରେ ସେ ଦୀପିକାଙ୍କୁ ନେବାକୁ ଆସିବେ ନାହିଁ । ରଣବୀର ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ସିପ୍ଲେନ୍‌(ସାମୁଦ୍ରିକ ବିମାନ)ରେ ଆସିବାକୁ ଥିବା ବେଳେ ତାଙ୍କ ସଂପର୍କୀୟ ବିଳାସପୂର୍ଣ୍ଣ ଡ଼ଙ୍ଗା ସାହାଯ୍ୟରେ ବିବାହ ମଣ୍ଡପରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ନିଜ ସଂପର୍କୀୟଙ୍କ ପାଇଁ ରଣବୀର ଦୁଇଟି ଡ଼ଙ୍ଗା ବୁକ୍‌ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର