ସାରା ଅଲ୍ଲୀ ଖାନ୍‌ ସେଆର୍‌ କଲେ ଭିଡିଓ , ଲେଖିଲେ ‘ମାମଲା ଗରମ୍‌ ହେ ’ , ଜାଣନ୍ତୁ କ’ଣ ଅଛି ଏହି ଭିଡିଓରେ

ମୁମ୍ବାଇ: ବଲିଉଡର ଲୋକପ୍ରିୟନାୟକ ରଣବୀର ସିଂହଙ୍କ ଆଗାମୀ ସିନେମା ମଧ୍ୟରୁ ଗୋଟିଏ ହେଲା ‘ସିମ୍ବା’। ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ‘ସିମ୍ବା’ ଟାଇଟଲରେ ଏକ ସିନେମା ନିର୍ମାଣ କରୁଛନ୍ତି । ଏଏହାର ପ୍ରଯୋଜକ ହେଲେ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି।ଏଥିରେ ନାୟିକା ଭୂମିକା ନିଭାଉଛନ୍ତି ସାରା ଅଲ୍ଲୀ ଖାନ୍‌।

ନିକଟରେ ସାରା ଏକ ଭିଡିଓ ସୋସିଆଲ ମିଡିଆରେ ସେଆର୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ‘ମାମଲା ଗରମ୍‌ ହେ’। ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଧୋବା ତୁଠରେ ରଣବୀର ଏବଂ ରୋହିତ ବ୍ୟାଣ୍ଡ ଧରି ଆସୁଛନ୍ତି। ସେଥିରେ ଲେଖା ଅଛି ହଟ୍‌ ସେଟ୍‌। ଏଠାରେ ସୂଚନାଯୋଗ୍ୟ ଯେ ‘ସିମ୍ବା’ର ସୁଟିଂ ସଂପ୍ରତି ହାଇଦ୍ରାବାର ରାମୋଜି ଫିଲ୍ମସିଟିରେ ଚାଲିଛିି।ଏହି ସିନେମାରେ ରଣବୀର ସିଂହଙ୍କୁ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର