ମୁମ୍ବାଇ : ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବିବାହ କରିବା ପରେ ଏବେ ନିଜ କାମକୁ ଫେରିଛନ୍ତି ରଣବୀର ସିଂହ । ବିବାହ ପରେ ହନିମୁନ୍ରେ ଯିବା ପରିବର୍ତ୍ତେ, ସେ ଫିଲ୍ମ ‘ସିମ୍ବା’ର ପ୍ରମୋସନ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଥିବା ବେଳ ଟ୍ରେଲରରେ ଅଭିନେତା ଅଜୟ ଦେବଗନ୍ଙ୍କୁ ଦର୍ଶକେ ଦେଖିବାକୁ ପାଇଛନ୍ତି । ଫିଲ୍ମର ଟ୍ରେଲର ଏବଂ ପ୍ରଥମ ଗୀତ ‘ଆଁଖ୍ ମାରେ’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିବା ବେଳେ ରଣବୀର ସିଂହ ଏବେ ଅଜୟ ଦେବଗନଙ୍କ ଏଣ୍ଟ୍ରିକୁ ନେଇ ଖୁସି ନଥିବା ଜଣା ପଡ଼ିଛି ।
DNA Indiaରିଲିଜ ହୋଇଥିବା ଟ୍ରେଲରର ଆରମ୍ଭ ଏବଂ ଶେଷରେ ଅଜୟ ଦେବଗନ୍ଙ୍କୁ ଦେଖିବାକୁ ମିଳିଥିଲା। ଫଳରେ ଦର୍ଶକଙ୍କ ଧ୍ୟାନ ରଣବୀରଙ୍କ ଉପରୁ ହଟି ଅଜୟଙ୍କ ଉପରକୁ ଚାଲି ଯାଇଥିଲା । ଏହି କାରଣରୁ ରଣବୀର ପ୍ରମୋସନ ସମୟରେ ଖୁସି ନଥିବା ଦେଖା ଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/240d8dc88586a212dd7c1f75c6599af8.jpg)