କର୍କଟ ରୋଗରେ ପୀଡ଼ିତ ଥିବା ସମୟରେ ରଣବୀର ସିଂହଙ୍କ ଏହି ଗୀତ ସୋନାଲିଙ୍କୁ ବହୁତ ସାହାଯ୍ୟ କରିଥିଲା

ମୁମ୍ବାଇ: ମୁମ୍ବାଇ ଫେରିବା ପରେ କୌଣସି ନା କୌଣସି କାରଣରୁ ସୋନାଲି ବେନ୍ଦ୍ରେ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ହେବ ସେ ନ୍ୟୁୟର୍କରେ କର୍କଟ ରୋଗର ଚିକିତ୍ସା କରାଉଥିଲେ । ଯାହାର ସୂଚନା ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଦେଉଥିଲେ । ଜୀବନର ଏତେ କଠିନ ସମୟ ଦେଇ ଗତି କରିବା ପରେ ସେ ଏବେ ପୁଣି ଥରେ ନୂଆ ଜୀବନ ପାଇଛନ୍ତି । ଭଲ ହେଉ ହେଉ ସେ ପରଦାକୁ ଫେରିବାର କାମ ମଧ୍ୟ ଆରମ୍ଭ କରି ଦେଇଥିବା ଜଣା ପଡ଼ିଛି । ତେବେ କର୍କଟ ରୋଗରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସାଧୀନ ଥିବା ବେଳେ ଅଭିନେତା ରଣବୀର ସିଂହଙ୍କ ଗୀତ ତାଙ୍କୁ ଅନେକ ସାହାଯ୍ୟ କରିଥିଲା ବୋଲି ସୋନାଲି କହିଛନ୍ତି ।

timesnownews.com

ତାଙ୍କ କହିବା ଅନୁଯାୟୀ, କର୍କଟ ରୋଗ ପାଇଁ ମୋତେ ମୋ କେଶକୁ କାଟିବାକୁ ପଡ଼ିଥିଲା । ଲଣ୍ଡା ହେବା ପରେ ମୁଁ ମୋ ମୁଣ୍ଡରେ ସବୁ ବେଳେ ହାତ ମାରିବା ଆରମ୍ଭ କରି ଦେଇଥିଲି । ଏହା ଦେଖି ମୋତେ ଦେଖା କରିବା ପାଇଁ ଆସୁଥିବା ମୋର ବନ୍ଧୁ ଆଶ୍ଚର୍ଯ୍ୟ ହେବା ସହ ଏହା କ’ଣ କରୁଛ ବୋଲି କହିଥିଲେ । ମୁଁ ହସିବା ସହ, ରାମ୍‌ଲୀଲାରେ ରଣବୀର ସିଂହଙ୍କ ତତଡ୍‌ ତତଡ୍‌ ଗୀତକୁ ଅନୁସରଣ କରୁଥିବା କହୁଥିଲି ।

ସମ୍ବନ୍ଧିତ ଖବର