ଆଲିଆଙ୍କ ସହ କାମ କରିବାକୁ ଚାହୁଁ ନାହାନ୍ତି ରଣବୀର!

ମୁମ୍ବାଇ : ଚଳିତ ବର୍ଷ ଫେବୃଆରି ୧୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ଗଲି ବଏ । ଯେଉଁଥିରେ ଏକା ସାଙ୍ଗରେ ନଜର ଆସିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂହ । ଦୁହିଁଁଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିବା ସହ ବକ୍ସ ଅଫିସରେ ଫିଲ୍ମଟି ସୁପରହିଟ୍‌ ହୋଇଥିଲା । ଫିଲ୍ମ ସହ ଦୁହିଁଁଙ୍କୁ ଅନେକ ବିଜ୍ଞାପନରେ ମଧ୍ୟ ସାଥୀରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ରଣବୀର ଆଲିଆଙ୍କ ସହ କାମ କରିବାକୁ ମନା କରି ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

amarujala.com

 

ସୂଚନା ମୁତାବକ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଆଲିଆଙ୍କୁ ନେଇ ଗଙ୍ଗୁବାଇ ନାମକ ଏକ ଫିଲ୍ମ ତିଆରି କରୁଛନ୍ତି । ଏହି ଫିଲ୍ମରେ ମୁଖ୍ୟ ହିରୋ କିଏ ହେବ? ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଚର୍ଚ୍ଚା ହେଉଛି କି ମୁଖ୍ୟ ଚରିତ୍ର ପାଇଁ ଭଂସାଲୀ ରଣବୀର ସିଂହଙ୍କୁ ନେବା ପାଇଁ ଚାହୁଁଥିଲେ । କିନ୍ତୁ ରଣବୀର ତାଙ୍କ ଅଫରକୁ ନାଁ କରି ଦେଇଥିବା  ଜଣା ପଡ଼ିଛି । ତେବେ ତାଙ୍କର ମନା କରିବା ପଛର କାରଣ କ’ଣ ଥିଲା, ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ଆଲିଆଙ୍କ ସହ କାମ କରିବାକୁ ଚାହୁଁ ନଥିବାରୁ ସେ ମନା କରିଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର