ସାମ୍ନାକୁ ଆସିଲା ଆଉ ଏକ ସତ , ‘କଫି ଉଇଥ୍‌ କରଣ’ରେ ଅନୁଷ୍କାଙ୍କୁ ଯୌନଉଦ୍ଦୀପକ ଟିପ୍ପଣୀ ଦେଇଥିଲେ ରଣବୀର

ମୁମ୍ବାଇ: ନିକଟରେ କରଣ ଜୋହରଙ୍କ ଟକ୍‌ ସୋ’ ‘କଫି ଉଇଥ୍‌ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଛନ୍ଦି ହୋଇ ପଡ଼ିଥିବା କ୍ରିକେଟ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲଙ୍କୁ ବିସିସିଆଇର କମିଟି ଅଫ୍‌ ଆଡମିନ୍‌ଷ୍ଟ୍ରେସନ୍‌(ସିଓଏ) ପକ୍ଷରୁ ଗତ ବୁଧବାର ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲଙ୍କୁ ବାଦ୍‌ ଦିଆଯାଇଛି। ଏହି କ୍ରମରେ ୨୦୧୧ ମସିହାର ‘କଫି ଉଇଥ୍‌ କରଣ’ର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ରଣବୀର ସିଂହ ଅନୁଷ୍କା ଶର୍ମାଙ୍କୁ ଯୌନଉଦ୍ଦୀପକ ଟିପ୍ପଣୀ ଦେଇଥିବା ଶୁଣିବାକୁ ମିଳୁଛି। ଭିଡିଓ ଭାଇରାଲ ହେବା ପରେ ରଣବୀର ସିଂହଙ୍କୁ ଟ୍ରୋଲ କରାଯାଉଛି।

କଫି ଉଇଥ୍‌ କରଣର ଏହି ଭିଡିଓ ଟି ଖୁବ୍‌ ପୁରୁଣା। ଏଥିରେ ରଣବୀର ସିଂହ ଅନୁଷ୍କା ଶର୍ମାଙ୍କ ସହିତ ପହଞ୍ଚିଥିଲେ। ଏହି ସୋ’ ଚାଲିଥିବା ବେଳେ ରଣବୀର ସିଂହ ଅନୁଷ୍କା ଶର୍ମାଙ୍କ ପ୍ରାଇଭେଟ ପାର୍ଟକୁ ନେଇ ଆଶ୍ଳୀଳ କମେଣ୍ଟ ଦେଇଥିଲେ। ରଣବୀରଙ୍କ ମୁଖରୁ ଏଭଳି କଥା ଶୁଣି ଅନୁଷ୍କା ସ୍ତବ୍ଧ ହୋଇ ରହି ଯାଇଥିଲେ। ‘ମୋର ସହିତ ଏପରି କରି ପାରି ବନି କହି’ କିଛି ସମୟ ପରେ ଅନୁଷ୍କା ରଣବୀରଙ୍କୁ ସ୍ନେହରେ ପିଟିବାକୁ ଲାଗିଥିଲେ। କରନ୍‌ ମଧ୍ୟ ରଣବୀରଙ୍କ କଥାକୁ ଶୁଣି ଜୋର୍‌ଜୋର୍‌ରେ ହସିବାକୁ ଲାଗିଥଲେ।

ଉଲ୍ଲେଖଯୋଗ୍ୟ, ‘କଫି ଉଇଥ୍‌ କରଣ’ରେ ହାର୍ଦ୍ଦିକ ପାଣ୍ଡ୍ୟ ଓ କେଏଲ୍‌ ରାହୁଲ ସାଥୀ ହୋଇ ଅତିଥି ଭାବେ ଯାଇଥିଲେ। ସେଠାରେ କରଣ ପଚାରିଥିବା ଏକ ପ୍ରଶ୍ନର ଏକଦମ ବେଢଙ୍ଗ ଭାବେ ଉତ୍ତର ରଖିଥିଲେ ପାଣ୍ଡ୍ୟା। ତାଙ୍କ ଉତ୍ତରର ସାରାଂଶ ଥିଲା ତାଙ୍କ ପରିବାର ଲୋକ ଖୁବ୍‌ ଖୋଲା ମିଜାଜର ହୋଇଥିବା ହେତୁ କେଉଁ ବି ଝିଅ ସହ ଶାରୀରିକ ସଂପର୍କ ରଖିବା ପାଇଁ କୌଣସି ବାରଣ ନ ଥାଏ। ଏପରିକି ତାଙ୍କ ବାପାମାଆ କେଉଁ ଝିଅଟି ତୋ’ର ବୋଲି ପ୍ରଶ୍ନ ପଚାରିବା ପରେ ହାର୍ଦ୍ଦିକ ଏକା ଥରରେ ୪-୫ଜଣ ଝିଅଙ୍କ ଆଡ଼େ ନିଜ ଇଶାରା ଦେଇଥାନ୍ତି।

 

ସମ୍ବନ୍ଧିତ ଖବର