ଭେଟିବା ପରେ ଅଭିନେତା ରଣବୀର ସିଂହଙ୍କୁ ଏଭଳି ଉପଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାକ୍ଷାତକାରରେ ଖୁଲାସା କଲେ ରଣବୀର

ମୁମ୍ବାଇ : କିଛି ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ୍‌ର କିଛି କଳାକାରଙ୍କୁ ଭେଟି ବଲିଉଡ୍‌ର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ । ଭେଟିଥିବା କଳାକାରମାନଙ୍କ ମଧ୍ୟରେ ରହିଥିଲେ ଅଭିନେତା ରଣବୀର ସିଂହ । ସେ ସମୟରେ ମୋଦିଙ୍କ ସହ କେଉଁ ବିଷୟରେ କଥା ହୋଇଥିଲେ ତାହା ଜଣା ପଡ଼ି ନ ଥିବା ବେଳେ ଏବେ ରଣବୀର ସିଂହ ତାହାର ଖୁଲାସା କରିଛନ୍ତି ।

Jansatta

ମୋଦିଙ୍କୁ ଦେଖା କରିବା ପରେ ସେ ରଣବୀରଙ୍କୁ କେଉଁ ଉପଦେଶ ଦେଇଥିଲେ, ତାହା ଜଣାଇଛନ୍ତି ରଣବୀର । “ସାକ୍ଷାତକାର ଖୁବ୍‌ ଭଲ ଥିଲା । ଯୁବ କଳାକାର ଭାବରେ ଆମେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇ କ’ଣ କରୁଛୁ ବୋଲି ସେ ଆମକୁ ପଚାରିଥିଲେ । ଏହା ପରେ ଦେଶକୁ ଏକାଠି ବାନ୍ଧି ରଖୁଥିବା ଭଳି ଫିଲ୍ମ ତିଆରି କରିବା ପାଇଁ ସେ ଆମକୁ ଉପଦେଶ ଦେଇଥିଲେ । ଯାହା ପରେ ମୁଁ ମୋ ଫିଲ୍ମ ୮୩ ବିଷୟରେ ତାଙ୍କୁ ଜଣାଇଥିଲି । ଏହି ଫିଲ୍ମରେ କିପରି ଦେଶର ବିଭିନ୍ନ ରାଜ୍ୟରୁ ଲୋକାମାନେ ଆସି ଭାରତକୁ ଗର୍ବ ଅନୁଭବ କରାଉଛନ୍ତି, ସେ ବିଷୟରେ ଦେଖାଯାଇଛି ବୋଲି ମୁଁ ତାଙ୍କୁ ଜଣାଇଥିଲି” ବୋଲି କହିଛନ୍ତି ରଣବୀର ।

ସୂଚନା ମୁତାବକ, ଏହି ଫିଲ୍ମରେ ରଣବୀର ମହାନ କ୍ରିକେଟର କପିଲ ଦେବ୍‌ଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର