ନିଜ ପୋଷାକକୁ ନେଇ ଟ୍ରୋଲ ହେଲେ ରଣବୀର ସିଂହ, ଟଏଲେଟ୍‌ କ୍ଲିନର ସହ ତୁଳନା କଲେ ଲୋକେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ଫିଲ୍ମ ସହ ନିଜ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ପୋଷାକ ବାଛିବାର ଷ୍ଟାଇଲ ତାଙ୍କୁ ଅନ୍ୟ କଳାକାରମାନଙ୍କଠାରୁ ଭିନ୍ନ କରୁଥିବା ବେଳେ ଅନେକ ସମୟରେ ସେ ନିଜ ପୋଷାକ ପାଇଁ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଏବେ ପୁଣି ଥରେ ସେ ନିଜ ପୋଷାକ ଚୟନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

amarujala.com

ସୂଚନା ମୁତାବକ, ରଣବୀର ସିଂହ ଇନ୍‌ଷ୍ଟାରେ ନିଜର ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ନୀଳ ଏବଂ ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ଦେଖା ଯାଇଥିଲା । ଗଳାରେ ସିଲ୍‌ଭର ଚେନ୍‌ ଏବଂ ଲାଲ ରଙ୍ଗର ଟୋପି ପିନ୍ଧିଥିଲେ ରଣବୀର ସିଂହ । ଏଭଳି ଫଟୋ ପୋଷ୍ଟ କରିବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଛି ଲୋକ ରଣବୀରଙ୍କୁ ଟଏଲେଟ୍‌ କ୍ଲିନର ସହ ତୁଳନା କରିଥିଲେ । ଜଣେ ବ୍ୟବହାରକାରୀ, ‘ନୀଲା ଟଏଲେଟ କେ ଲିଏ, ଲାଲ ବାଥ୍‌ରୁମ୍‌ କେ ଲିଏ’ ଲେଖିଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର