ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ବୀପ ଗସ୍ତ ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳର କେତେକ ପ୍ରତିକ୍ରିୟାଶୀଳ ନେତା ଭାରତକୁ ଟାର୍ଗେଟ କରି ବିଭିନ୍ନ ବିବାଦୀୟ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ଦେଖି ମାଳଦ୍ବୀପରେ ଛୁଟି କଟାଇବାକୁ ମନସ୍ଥ କରିଥିବା ଭାରତୀୟମାନେ ଏବେ ମାଳଦ୍ୱୀପ ଗସ୍ତ ବାତିଲ କରି ଲାକ୍ଷାଦ୍ବୀପ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବଲିଉଡର ଅନେକ କଳାକାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କରି ଲାକ୍ଷାଦ୍ବୀପ ଯିବାକୁ ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖାଯାଇଛି।

Advertisment

ଅନ୍ୟ କଳାକାରଙ୍କ ପରି ସୁପରଷ୍ଟାର ରଣବୀର ସିଂହ ମଧ୍ୟ ଲାକ୍ଷାଦ୍ବୀପର ପ୍ରଚାର କରିଥିବା ଦେଖାଯାଇଛି। ହେଲେ ପ୍ରଚାର କରିବା ସମୟରେ ସେ ଯେଉଁ ଭୁଲ୍ କରିଥିଲେ, ତାକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଇଛି। ସୂଚନା ମୁତାବକ, ଲାକ୍ଷାଦ୍ବୀପର ପ୍ରଶଂସା କରି ରଣବୀର ମାଳଦ୍ବୀପର ଫଟୋ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଛି।

ମାଳଦ୍ବୀପର ଫଟୋ ପୋଷ୍ଟ କରି ରଣବୀର ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ, “ଚାଲନ୍ତୁ ଏହି ବର୍ଷ ଆମେ ଭାରତରେ ଥିବା ବିଭିନ୍ନ ସ୍ଥାନ ବୁଲିବା ଏବଂ ଆମ ସଂସ୍କୃତି ବିଷୟରେ ଅଧିକ ଜାଣିବା। ସମୁଦ୍ର କୂଳ ଏବଂ ଆମ ଦେଶର ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ବହୁତ କିଛି ଅଛି। ଚାଲ, ଭାରତ ଦେଖିବା।”

ଏଭଳି ଲେଖି ସେ ମାଳଦ୍ବୀପର ଫଟୋ ପୋଷ୍ଟ କରିଥିଲେ। ହେଲେ ଟ୍ରୋଲ କରାଯିବା ପରେ ସେ ପୋଷ୍ଟକୁ ଡିଲିଟ୍ କରି ଆଉ ଏକ ନୂଆ ପୋଷ୍ଟ କରିଥିଲେ, ଯେଉଁଥିରେ କେବଳ ଲେଖା ରହିଥିଲା।