ସାରା ବିଶ୍ୱରେ ଛାଇଲା ଦୀପବୀରଙ୍କ ବିବାହ ଖବର: ମିଳିଲା ‘ବଲିଉଡ୍‌ ରୟାଲ୍‌’ ରୁ ନେଇ ‘ପରୀ ଦମ୍ପତି’ ପରି ନୂଆ ଟ୍ୟାଗ୍‌ ଲାଇନ୍‌

ରୋମ: ଏବେ ବି ସମସ୍ତଙ୍କ ଭିତରେ ରଣବୀର-ଦୀପିକାଙ୍କ ବିବାହର ପ୍ରଥମ ସ୍ପଷ୍ଟ ଫଟୋ ଦେଖିବାର ଉତ୍ସୁକତା ରହିଛି। ସଂଧ୍ୟା ୬ଟାରେ ରଣବୀର-ଦୀପିକା ସୋସିଆଲ୍‌ ମିଡିଆରେ ସେମାନଙ୍କ ବିବାହ ଫଟୋ ଛାଡ଼ିବେ ବୋଲି ଗୁଜବ ଶୁଣିବାକୁ ମିଳିଥିଲେ ବି ଏଯାବତ୍‌ ଫଟୋ ଦେଖିବାକୁ ମିଳିନାହିଁ। ଆପଣଙ୍କୁ ଲାଗୁଛି କି କେବଳ ଭାରତୀୟମାନେ ଦୀପବୀରଙ୍କ ବିବାହକୁ ନେଇ ଉତ୍ସୁକ? ପୂରା ବିଶ୍ୱରେ ଖେଳିଯାଇଛନ୍ତି ଏହି ଯୋଡ଼ି। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ବି ଦେଖିବାକୁ ମିଳିଛି ଏ ଦୁହିଁଙ୍କ ବିବାହ ସମ୍ବଦ୍ଧିତ ଖବର।

ଇଂଲଣ୍ଡର ଏକ ଖବରକାଗଜ ଏ ଦୁହିଁଙ୍କୁ ‘ବଲିଉଡ୍‌ ରୟାଲ୍‌’ ନାମରେ ନାମିତ କରିଛି। ସେମାନଙ୍କୁ ମିଳିଥିବା ଏହି ଟ୍ୟାଗ୍‌ଲାଇନ୍‌କୁ ପ୍ରଶଂସକମାନେ ବି ବେଶ୍‌ ପସନ୍ଦ କରିଛନ୍ତି। ସେହିପରି ଆମେରିକାର ଏକ ଲୋକପ୍ରିୟ େଓ୍ଵବ୍‌ ପୋର୍ଟାଲ୍‌ ଏମାନଙ୍କ ବିବାହକୁ ‘ପରୀ ବିବାହ’ ବୋଲି ପ୍ରକାଶ କରିଛି। ସେହିପରି ଅତ୍ୟନ୍ତ ବ୍ୟାଙ୍ଗାତ୍ମକ ଢଙ୍ଗରେ ବିବିସି ନିଉଜ୍‌ ଏମାନଙ୍କ ବିବାହକୁ ନେଇ ଏକ ଧାଡ଼ି ଲେଖିଛି ଯେ ‘ଲୋକମାନେ ଆଶା ରଖିଛନ୍ତି କି କେହି ଜଣେ ଯତ୍ନହୀନ ଅତିଥି ତାଙ୍କ ଫଟୋକୁ ନିଶ୍ଚୟ ପ୍ରଘଟ କରିଦେବେ’।

ଦୀପିକା-ରଣବୀରଙ୍କ ଫଟୋ ସୋସିଆଲ୍‌ ମିଡିଆରେ ନ ଆସିବା ନେଇ ବିଶ୍ୱର ନାମୀଦାମୀ ଗଣମାଧ୍ୟମ ସଂସ୍ଥା ଏ ସଂପର୍କରେ ମଜା ମଜା କଥା ସବୁ ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ, ରଣବୀର-ଦୀପିକା ସେମାନଙ୍କ ବିବାହର ପ୍ରଥମ ଫଟୋ ନିଜେ ପ୍ରଘଟ କରିବାର ଇଚ୍ଛା ରଖିଥିବା ହେତୁ ସେମାନଙ୍କ ବିବାହ ମଣ୍ଡପକୁ ଯିବା ପୂର୍ବରୁ ଅତିଥିଙ୍କ ମୋବାଇଲ୍‌ର କ୍ୟାମେରାରେ ଷ୍ଟିକର୍‌ ଲଗାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର