ବିବାହ ପରେ ଦୀପିକା ନୁହନ୍ତି ରଣବୀର ବଦଳାଇଲେ ନାମ; ନୂଆ ନାଁକୁ ନେଇ ଚାଲିଛି ଚର୍ଚ୍ଚା, ଭିଡିଓ ଭାଇରାଲ୍‌

ମୁମ୍ବାଇ : ଗତ ନଭେମ୍ବରରେ ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ବିବାହ ସମାପ୍ତ ହେବା ପରେ ବେଙ୍ଗାଲୁରୁ ଏବଂ ମୁମ୍ବାଇଠାରେ ଏ ଦୁହିଁଙ୍କ ବିବାହ ଭୋଜିର ଆୟୋଜନ କରାଯାଇଥିଲା, ଯେଉଁଥିରେ ବଲିଉଡ୍‌ର ବଡ଼ ବଡ଼ କଳାକାର ଉପସ୍ଥିତ ଥିଲେ । ବିବାହର କିଛି ଦିନ ପରେ ଏହି ଲଭବାର୍ଡ ଇଶା ଅମ୍ବାନୀଙ୍କ ବିବାହରେ ନଜର ଆସିଥିଲେ, ଯାହାର ଫଟୋ ଏବେ ଭାଇରାଲ ହୋଇଛି । ତେବେ ଇତି ମଧ୍ୟରେ ଏକ ଭିଡିଓ  ବି ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୀପିକା ରଣବୀରଙ୍କର ଏକ ନୂଆ ନାଁ କହିଛନ୍ତି ।

ସୂଚନା ମୁତାବକ,ଏକ ସାକ୍ଷାତକାରରେ ଦୀପିକାଙ୍କୁ ‘ବ୍ରାଇଡ୍‌ ଅଫ୍‌ ଦ ଇୟର କିଏ?’ ବୋଲି ପ୍ରଶ୍ନ କରାଯାଇଥିଲା।  ଯାହାର ଉତ୍ତରରେ, ଦୀପିକା ପଦୁକୋନ୍‌ ‘ଓ୍ଵାଇଫ୍‌ ଅଫ୍‌ ରଣବୀର ସିଂହ ପାଦୁକୋନ’ ବୋଲି କହିଥିଲେ । ହୋଷ୍ଟଙ୍କ ପ୍ରଶ୍ନରେ ଦୀପିକାଙ୍କ ଏଭଳି ଉତ୍ତର ରଖିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଦୀପିକାଙ୍କ ଏଭଳି ଉତ୍ତର ପରେ ରଣବୀର ନିଜ ନାଁକୁ ବଦଳାଇ ରଣବୀର ସିଂହ ପାଦୁକୋନ ରଖିପାରନ୍ତି ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର