ମହିଳାଙ୍କ ଜ୍ୟାକେଟ୍‌ ପିନ୍ଧି ଇଭେଣ୍ଟରେ ପହଞ୍ଚିଲେ ରଣବୀର ସିଂ

ମୁମ୍ବାଇ : ବଲିଉଡ଼ ଅଭିନେତା ରଣବୀର ସିଂ ନିଜର ଷ୍ଟାଇଲିସ ଡ୍ରେସିଙ୍ଗ ସେନ୍ସକୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । କୌଣସି ଆଓ୍ଵାର୍ଡ଼ ସୋ ହେଉ ବା ଏୟାରପୋର୍ଟ, ସେ ଭିନ୍ନ ଭିନ୍ନ ଅବତାରରେ ନଜର ଆସିବା ସହ ଲୋକ ଯେପରି ତାଙ୍କୁ ପୋଷାକକୁ ପସନ୍ଦ କରିବେ ସେ ଦିଗ ପ୍ରତି ଧ୍ୟାନ ଦେଇଥାଆନ୍ତି । ସବୁବେଳେ ନିଜର ପୋଷାକକୁ ନେଇ ଲୋକମାନଙ୍କୁ ଖୁସି କରାଉଥିବା ରଣବୀର ଏବେ ନିଜର ଫ୍ୟାସନ୍‌ ମିଷ୍ଟେକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ତଳେ ପଦ୍ମାବତ ଷ୍ଟାର ରଣବୀର ସିଂ ମୁମ୍ବାଇରେ ହେଉଥିବା ଏକ ଇଭେଣ୍ଟରେ ମହିଳାମାନଙ୍କର ଜ୍ୟାକେଟ୍‌ ପିନ୍ଧି ପହଞ୍ଚି ଯାଇଥିଲେ ।

punjabkesari.in

ଧଳା ପ୍ୟାଣ୍ଟ ସହ ବେବି ପିଙ୍କ ରଙ୍ଗର ଜ୍ୟାକେଟ ପିନ୍ଧି ସେ ସେଠାରେ ପହଞ୍ଚିଥିଲେ । ତାଙ୍କର ଏ ଭଳି ଅବତାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଜ୍ୟାକେଟ୍‌ରେ ମଧ୍ୟ ରଣବୀର ଷ୍ଟାଇଲିସ ଲାଗୁଥିଲେ ବୋଲି ଅନେକ ମତ ଦେଇଛନ୍ତି । ଏହି ଜ୍ୟାକେଟ୍‌କୁ ମନୀଷ ଆରୋରା ଡିଜାଇନ୍‌ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର