ଏ ବର୍ଷ ଦର୍ଶକଙ୍କ ପାଇଁ ଖ୍ରୀଷ୍ଟ୍‌ମାସ ଉପହାର ଭାବେ ‘୮୩’ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଜାନୁଆରିରେ ରିଲିଜ୍‌ ହେବ ‘ସୂର୍ଯ୍ୟେ‌ବଂଶୀ’

ମୁମ୍ବାଇ: ବହୁ କଳ୍ପନାଜଳ୍ପନା ପରେ ବଲିଉଡ୍‌ର ୨ଟି ଚଳଚ୍ଚିତ୍ର ରିଲିଜ୍‌ ହେବାକୁ ନିଶ୍ଚିତ ହୋଇଛି। ଗୋଟିଏ ହେଉଛି ଖିଲାଡି ବୟ ଅକ୍ଷୟ କୁମାର ଓ କ୍ୟାଟ୍ରିନ୍‌ କୈଫ୍‌ଙ୍କ ଅଭିନୀତ ‘ସୂର୍ଯ୍ୟେ‌ବଂଶୀ’ ଓ ଅନ୍ୟାଟି ରଣବୀର ସିଂହଙ୍କ ଅଭୀନିତ ‘୮୩’।

ରିପୋର୍ଟରୁ ଜାଣିବାକୁ ମିଳିିଛି ‘ସୂର୍ଯ୍ୟେ‌ବଂଶୀ’ ଚଳିତବର୍ଷ ରିଲିଜ୍‌ ହେବ ନାହିଁ। ଏହି ଚଳଚ୍ଚିତ୍ରଟି ଆସନ୍ତାବର୍ଷ ଜାନୁଆରିରେ ରିଲିଜ୍‌ ହେବାକୁ ସ୍ଥିର ହୋଇଥିବା ବେଳେ ରଣବୀର ସିଂହଙ୍କ ଅଭୀନିତ ‘୮୩’ ଦର୍ଶକଙ୍କ ସମ୍ମୁଖରେ ଖୀଷ୍ଟମାସ ଉପହାର ଭାବେ ରିଲିଜ୍‌ ହେବାକୁ ଯାଉଛି।

DNA India

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମହାମାରୀ କରୋନା ଭାଇରସ୍ ମହାମାରୀ ହେତୁ ଉଭୟ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିଥିଲା। ଏ ନେଇ ରିଲାଏନ୍ସ ଏଣ୍ଟରଟେନମେଣ୍ଟର ସିଇଓ ଶିବାଶିଷ ସରକାର ଗଣମାଧ୍ୟମରେ କହିଛନ୍ତି କି ‘ଏହି ଦୁଇଟି ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୁଞ୍ଚାଇବା ପାଇଁ ଆମେ ଆଦୌ ବି ଚାହୁଁନାହୁଁ। ‘୮୩’ ଚଳଚ୍ଚିତ୍ରଟି ଖୀଷ୍ଟମାସରେ ରିଲିଜ୍‌ ହେବାର ଯୋଜନା ରହିଛି। ଅଭିନେତା ଓ ନିର୍ଦ୍ଦେଶକଙ୍କ ସହ ମିଶି ଆମେ ‘ସୂର୍ଯ୍ୟେ‌ବଂଶୀ’ର ରିଲିଜ୍‌ ତାରିଖ ମଧ୍ୟ ଖୁବ୍‌ ଜଲ୍‌ଦି କାଢ଼ିବୁ। ମାତ୍ର ଚଳଚ୍ଚିତ୍ରଟି ଜାନୁଆରିରେ ହିଁ ରିଲିଜ୍‌ ହେବ। ସୂଚନାଯୋଗ୍ୟ ଯେ ଉଭୟ ଚଳଚ୍ଚିତ୍ରର ନିର୍ମାତାଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ରିଲିଜ୍ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

କବୀର ଖାନଙ୍କ ନିର୍ଦ୍ଦେଶିତ ‘୮୩’ ଚଳଚ୍ଚିତ୍ରଟି  ୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ରଣବୀର କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନେତ୍ରୀ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ ଏହି ପ୍ରକଳ୍ପର ଏକ ଅଂଶ। ସେହିପରି ‘ସୂର୍ଯ୍ୟେ‌ବଂଶୀ’ରେ ଅକ୍ଷୟଙ୍କୁ ଏକ ପୁଲିସ୍‌ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର