ରଣବୀର ସିଂହ ଏବଂ ନର୍ଗିସ୍‌ ଫାକ୍ରିଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚା

ମୁମ୍ବାଇ:ବଲିଉଡ ନାୟିକା ନର୍ଗିସ୍‌ ଫା କ୍ରି ଏବେ ସୋସିଆଲ୍‌ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ସେ ନିଜର ଟ୍ଵିଟର ଆକାଉଣ୍ଟରେ ଅନେକ ସମୟରେ ନିଜର ହଟ୍‌ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏବେ ଇନଷ୍ଟାଗ୍ରାମରେ ହଟ୍‌ ଆକ୍ଟର ରଣବୀର ସିଂହଙ୍କ ସହ ଫଟୋ ସେଆର କରି ପୁଣି ଚର୍ଚ୍ଚିତା ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ନର୍ଗିସ୍‌ ଏଯାବତ୍‌ ରଣବୀର ସିହହଙ୍କ ସହ କୌଣସି ସିନେମାରେ କାମ କରି ନାହାନ୍ତି। ଅଥଚ ଉଭୟଙ୍କ ଭିତରେ ବନ୍ଧୁତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ବଲିଉଡରେ। ଖାଲି ସେତିକି ନୁହେଁ ଶାହରୁଖ୍‌ ଖାନ୍‌ ଏବଂ ଅମୀର୍‌ ଖାନ୍‌ ମଧ୍ୟ ତାଙ୍କର କମେଣ୍ଟ ଦେଇ ବି ନର୍ଗିସ୍‌ ଲୋକଙ୍କ ମନରେ ରହିଛନ୍ତି। ତେବେ ତାଙ୍କର ଫଲୋଅରଙ୍କ ସଂଖ୍ୟା ୫.୯ ମିଲିଅନରେ ପହଞ୍ଚିଛି।

photo-.idiva.com

ନର୍ଗିସ୍‌ ଫାକ୍ରିଙ୍କ ହାତରେ ଏବେ କେବଳ ଗୋଟିଏ ନୂଆ ସିନେମା ଅଛି । ତାହା ହେଲା ‘୫ ଓ୍ଵଡ଼ିଂସ୍‌’। ଏଥିରେ ସେ ରାଜକୁମାର ରାଓଙ୍କ ସହ ପ୍ରଥମ ଥର ଲାଗି ଯୋଡି ବନାଇବେ। ସେ ଏକ ନୂଆ ଲାଇନରେ ପାଦ ଦେଇଛନ୍ତି। ରକଷ୍ଟାର୍‌ ଏବଂ ମେଁ ତେରା ହିରୋ ଫେମ୍‌ ଏହି ନାୟିକା ଏବେ ଗୀତ ଗାଇବାକୁ ଚାହାଁନ୍ତି। ତେବେ ସେ କେଉଁ ଫିଲ୍ମ ବା ଆଲବମରେ କଣ୍ଠଦାନ କରିବେ ତାହା ଜଣାପଡ଼ିନାହିଁ। କିନ୍ତୁ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେ ଅଳ୍ପ ପରିଚିତ ବଲିଉଡ ହିରୋ ଉଦୟ ଚୋପ୍ରାଙ୍କ ସହ ସଂପର୍କ ଯୋଡ଼ି ଚର୍ଚ୍ଚାକୁ ଆସିଥିଲେ। କିଛି ମାସ ତଳେ ସେ ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଖାଲି ସେତିକି ନୁହେଁ ପ୍ରେମରେ ଅସଫଳ ହୋଇ ଭଗ୍ନ ମନ ନେଇ ନର୍ଗିସ୍‌ ବଲିଉଡ୍‌ ଛାଡ଼ିଥିବାର କଥା ମଧ୍ୟ ଶୁଣିବାକୁ ମିଳିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଏହି ନାୟିକା ଜଣକ ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ ଅସଫଳ ହୋଇଥିଲା । ତାପରେ ସେ ରଣବୀର୍‌ କପୁରଙ୍କ ବିପକ୍ଷରେ ‘ରକ୍‌ଷ୍ଟାର୍‌’ରେ ନାୟିକା ବନି ବଲିଉଡରେ ଏଣ୍ଟ୍ରି ନେଇଥିଲେ ନର୍ଗିସ୍‌ ଫାକ୍ରି । ଏହାପରେ ସେ ବରୁଣ ଧଓ୍ଵନ୍‌,ଜନ୍‌ ଆବ୍ରାହମ୍‌ ଏବଂ ଅକ୍ଷୟ କୁମାରଙ୍କ ସହ ଦେଖା ଦେଇଛନ୍ତି ବିଭିନ୍ନ ସିନେମାରେ।

ସମ୍ବନ୍ଧିତ ଖବର