ମସ୍ତମସ୍ତ ଗର୍ଲଙ୍କର ବଡ଼ ଫ୍ୟାନ୍‌ ଏହି ହଟ୍‌ ଷ୍ଟାର୍‌ !

ମୁମ୍ବାଇ: ବଲିଉଡର ମସ୍ତମସ୍ତ ଗର୍ଲ ରବିନା ଟଣ୍ଡନଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ଯେତେବେଳେ ଟପରେ ଥିଲେ ସେତେବେଳେ ତାଙ୍କର ଦିଓ୍ଵାନାଙ୍କ ସଂଖ୍ୟା ବି ଅଗଣିତ ଥିଲା। ସେମାନଙ୍କ ଭିତରୁ ଜଣେ ବଡ଼ ଫ୍ୟାନ୍‌ ଥିଲେ ଯିଏ କି ଏବେକାର ହଟ୍‌ ଷ୍ଟାର୍‌ ରଣବୀର ସିଂହ । ସେ ଯେବେଠୁ ମୋହରା ଫିଲ୍ମର ତୁ ଚିଜ୍‌ ବଡି ହେ ମସ୍ତମସ୍ତ …ଦେଖିଥିଲେ ସେବେଠୁ ରବିନା ଟଣ୍ଡନଙ୍କର ଦିଓ୍ଵାନା ବନିଯାଇଥିଲେ । ସେ ସମୟରେ ରଣବୀର କଲେଜରେ ପଢ଼ୁଥିଲେ ।

photo-navbharattimes

ଦିନେ ସେ ଶୁଣିବାକୁ ପାଇଲେ ଯେ ରବିନା ଟଣ୍ଡନ୍‌ ତାଙ୍କ କଲେଜରେ ସୁଟିଂ କରୁଛନ୍ତି ସେ ତତକ୍ଷଣାତ୍‌ କ୍ଲାସ୍‌ ଛାଡ଼ି ପହଞ୍ଚିଥିଲେ ସେଟରେ। ସେଠାରେ ରବିନା ଟଣ୍ଡନ ଭିଜା ଶାଢ଼ିରେ ଠିଆ ହୋଇଥିଲେ । ଅକ୍ଷୟ କୁମାରଙ୍କ ସହ ତାଙ୍କର ଫିଲ୍ମ ‘କିମତ୍‌’ର ଏକ ଗୀତ ଦେ ଦିୟା..ର ସୁଟିଂ ହେଉଥିଲା ।ରବିନା ଟଣ୍ଡନଙ୍କୁ ଭିଜା ଶାଢ଼ିରେ ଦେଖି ହୋଶ୍‌ ଉଡିଗଲା ରଣବୀର ସିଂହଙ୍କର । ସେ କେବଳ ରବିନାଙ୍କୁ ଦେଖୁଥିଲେ । ପ୍ରଥମେ ଏହାକୁ ଅଣଦେଖା କରିଥିଲେ ରବିନା । ମାତ୍ର ପରେ ସେ ଲକ୍ଷ୍ୟ କଲେ ରଣବୀର ତାଙ୍କୁ କାମାତୁର ହୋଇ ଦେଖୁଛନ୍ତି । ଏଣୁ ରବିନା ସିକ୍ୟୁରିଟିକୁ ଡାକି ରଣବୀର ସିଂହଙ୍କୁ ସେଟରୁ ବାହାର କରି ଦେଇଥିଲେ । ଏକଥା ନିଜେ ଅଭିନେତା ରଣବୀର୍‌ ସିଂହ ସିନେ ସମୀକ୍ଷକ ରାଜୀବ ମାସନ୍ଦଙ୍କ ଏକ ସୋ’ରେ ଯୋଗ ଦେଇ କହିଥିଲେ ।

ସମ୍ବନ୍ଧିତ ଖବର