ନିର୍ଦ୍ଦେଶକ ଓ ନିର୍ମାତାଙ୍କ ପିଛା କରୁଥିଲେ ଅଭିନେତା ରଣବୀର ସିଂ !

ରଣବୀର ସିଂ ଯେ ଜଣେ ଭଲ ଅଭିନେତା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ନିକଟରେ ମୁକ୍ତିଲାଭ କରିଥିବା ସିନେମା ‘ପଦ୍ମାବତ୍‌’ରେ ଖିଲଜୀ ଭୂମିକା ନିଭାଇ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଖୁବ୍‌ ସଂଘର୍ଷ କରିଛନ୍ତି ଅଭିନେତା ହେବାଲାଗି । । ନିକଟରେ ଏକ ସାକ୍ଷାତକାରରେ ରଣବୀର ତାଙ୍କ ସଂଘର୍ଷ ବିଷୟରେ କହିଛନ୍ତି । ସେ କହିଛନ୍ତି କେଉଁଭଳି ଲୋକ ପୋର୍ଟଫୋଲିଓ ବନାନ୍ତି ଏବଂ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ତାକୁ ଡଷ୍ଟବିନରେ ଫିଙ୍ଗି ଦିଅନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କାମ ପାଇବା ପାଇଁ ଏବଂ ଫିଲ୍ମ ନିର୍ମାତାଙ୍କ ସହିତ ସଂପର୍କ କରିବା ପାଇଁ କେଉଁଭଳି ଭାବରେ ସେ ଲୋକଙ୍କ ମୋବାଇଲରୁ ନମ୍ବର ଚୋରି କରୁଥିଲେ । ଏଥିପାଇଁ ସେ ରେସ୍ତୋରାଁ ଏବଂ କ୍ଲବ୍ରେ ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତାଙ୍କ ପିଛା କରୁଥିଲେ ।

ରଣବୀର ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କର ପୋର୍ଟଫୋଲିଓ ଧରି ଏଣେତେଣେ ଘୁରି ବୁଲୁଥିଲେ,ଏଥିପାଇଁଯେ ଲୋକ ତାଙ୍କୁ ଜାଣନ୍ତୁ ଯେ ସେ ଜଣେ ନୂଆ ଅଭିନେତା ଯିଏ କି କାମ ଖୋଜୁଛନ୍ତି । ତେବେ ୮ରୁ ୧୦ ମାସ ପରେ ତାଙ୍କୁ ସାନୁଙ୍କ ତରଫରୁ କଲ ଆସିଥିଲା ଏବଂ ୟଶରାଜ ପ୍ରଡକ୍ସନ ଏକ ନୂଆ ଚେହେରା ଖୋଜୁଥିବା କଥା ସେ କହିଥିଲେ । ତେବେ ଏଥିପାଇଁ ସେ ଚିନ୍ତିତ ହୋଇ ଯାଇଥିଲେ । କାରଣ ସେ ଜାଣଥିଲେ ଯେ ବଡ଼ ପ୍ରଡକ୍ସନ ହାଉସମାନଙ୍କ ମଧ୍ୟରୁ ୟଶରାଜ ଗୋଟିଏ ଏବଂ ସେ କେବଳ ତାରକାମାନଙ୍କ ସହିତ କାମ କରନ୍ତି ।

photo-amarujala

ଅଡିସନରେ ଶହେ ପ୍ରତିଶତ ଦେବା ପରେ ସେ ସିଲେକ୍ସନ ହୋଇଥିଲେ ଓ ‘ବ୍ୟାଣ୍ଡ ବାଜା ବାରାତ’ରେ ତାଙ୍କୁ ସୁଯୋଗ ମିଳିଥିଲା । ତେବେ ଏତେ ସଂଘର୍ଷ ପରେ ସେ ସୁଯୋଗ ପାଇଲେ ଏବଂ ଜଣେ ଦକ୍ଷ ଅଭିନେତା ଭାବରେ ନିଜକୁ ପ୍ରମାଣିତ କରିପାରିଲେ । ରଣବୀର ଫିଲ୍ମ ପଦ୍ମାବତୀରେ ଦମଦାର ଅଭିନୟ କରିସାରିବା ପରେ ତାଙ୍କର ଆଗାମୀ ଫିଲ୍ମ ‘ଗଲି ବଏ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ସମ୍ବନ୍ଧିତ ଖବର