ଅଲଗା ହେଲେ କୋଙ୍କଣା-ରଣବୀର

ଅଲଗା ହେଲେ ବଲିଉଡ୍‌ ଦମ୍ପତି କୋଙ୍କଣା ସେନ୍‌ ଓ ରଣବୀର ଶୋରି। ଉଭୟ ଆଜି ଆଇନଗତ ଭାବେ ପରସ୍ପରକୁ ଶାନ୍ତିପୂର୍ଣ୍ଣ ଭାବେ ଛାଡ଼ପତ୍ର ଦେଇଛନ୍ତି। କୋର୍ଟ ଗୃହରେ ବସିଥିବା ବେଳେ କେହି କାହାକୁ ଦୋଷାରୋପ, ଅପମାନ କିମ୍ବା ଗାଳିଗୁଲଜ କରିନଥିଲେ। ଉଭୟ ଚୁପ୍‌ଚାପ୍‌ ନିଜ ପକ୍ଷ ରଖି ଘରକୁ ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୦ ମସିହା‌ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତି ୫ବର୍ଷ ହେଲା ଅଲଗା ରହି ଆସୁଥିଲେ। ଦୁଇ ମାସ ତଳେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ଥିଲା। କିନ୍ତୁ କିଛି ଅସୁବିଧା ପାଇଁ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଏବେ ସେମାନଙ୍କ ଛାଡ଼ପତ୍ର ମଞ୍ଜୁର ହୋଇଛି।

ସମ୍ବନ୍ଧିତ ଖବର