ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂହ ସଂପ୍ରତି ଗୋଟିଏ ସିନେମାରେ କାମ କରିବାଲାଗି ୮ କୋଟି ନେଉଛନ୍ତି,ମାତ୍ର ଆପଣ ଜାଣି ବିସ୍ମିତ ହେବେ ସେ ତାଙ୍କର ଡ୍ରାଇଭରକୁ ଦୁଇ ମାସର ଦରମା ଦେଇନାହାନ୍ତି । ଏକଥାର ଖୁଲାସା ହୋଇଛି ସେତେବେଳ ଯେତେବେଳେ ରଣବୀର ତାଙ୍କର ନୂଆ ସିନେମା‘ପଦ୍ମାବତୀ’ର ସୁଟିଂ କରୁଥିଲେ। ସେଠାରେ ସୁଟିଂ ଚାଲୁଥିବା ବେଳେ ହଠାତ୍ ଦୁଇଜଣଙ୍କର ପାଟି ଶୁଭିଲା।
ସୁଟିଂ ବନ୍ଦ କରି ୟୁନିଟ ଲୋକେ ଦେଖିଲେ ଯେ ରଣବୀର ସିଂହଙ୍କ ମ୍ୟାନେଜର୍ ଏବଂ ଡ୍ରାଇଭରଙ୍କ ଭିତରେ ଝଗଡ଼ା ହେଉଛି। ଡ୍ରାଇଭର ଅଭିଯୋଗ କରୁଛନ୍ତି ଯେ ତାଙ୍କୁ ଦୁଇମାସର ଦରମା ବାବଦରେ ଏଯାବତ୍ ୮୫ ହଜାର ଟଙ୍କା ମିଳି ନାହିଁ ଏବଂ ମ୍ୟାନେଜର୍ ସେ କଥା ଶୁଣୁନାହାନ୍ତି। ଏଣେ ମ୍ୟନେଜର୍ କହୁଛନ୍ତି ଯେ ରଣବୀର ସେ ଟଙ୍କା ତାଙ୍କୁ ଦେଇନଥିବା ହେତୁ ସେ ଦରମା ଦେଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Ranveer-singh.jpg)