ଦୀପିକାଙ୍କ ପରେ ଏବେ ହଲିଉଡ଼ରେ ଏହି ବଲିଉଡ ହିରୋ!

ମୁମ୍ବାଇ: ବଲିଉଡ଼୍‍ ପପୁଲାର୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ଙ୍କ ପରେ ଏବେ ତାଙ୍କର ବୟଫ୍ରେଣ୍ଡ୍‌ ରଣବୀର ସିଂହ ବି ହଲିଉଡ଼୍‍ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ ରଣବୀର ସିଂହ ଖୁବ୍‌ଶୀଘ୍ର ହଲିଉଡ଼୍‍ ଫିଲ୍ମ ‘ଡ଼େଡ଼୍‍ ପୁଲ୍‌ -୨’ଜରିଆରେ ଏହି ଡ଼େବ୍ୟୁ କରୁଛନ୍ତି। ‘ଡ଼େଡ଼୍‍ ପୁଲ୍‌-୨’ ରେ ମୁଖ୍ୟ ଭୂମିକାରେ ଅଛନ୍ତି ରେନାଲ୍‌ଡ଼ସ୍‌। ଏହି ଫିଲ୍ମରେ ରଣବୀର ସିଂହ ରୟାନ୍‌ ରେନଲ୍‌ଡ଼ସଙ୍କ ପାଇଁ ହିନ୍ଦୀରେ ଡ଼ବିଂ କରିବେ ।ଆହୁରି ମଧ୍ୟ କୁହାଯାଉଛି ଯେ ‘ଡ଼େଡ଼୍‍ ପୁଲ୍‌-୨’ର ଟ୍ରେଲରରେ ରଣବୀର ସିଂହ ନିଜର ଭଏସ୍‌ ଦେଇ ସାରିଛନ୍ତି।

ଏବେ ରଣବୀର ସିଂହ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆକ୍‌ସନ୍‌ କମେଡ଼ି ‘ସିମ୍ବା’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି। କୁହାଯାଉଛି ଏଥିରୁ ସମୟ ବାହାର କରି ରଣବୀର ସିଂହ ଫିଲ୍ମ ‘ଡ଼େଡ଼୍‍ ପୁଲ୍‌-୨’ର ଡ଼ବିଂ କରିବେ।ଏକଥା ଜାଣିବାପରେ ରଣବୀର ସିଂହଙ୍କ ଫ୍ୟାନ୍‌ମାନେ ନିଶ୍ଚିତ ଭାବେ ଅଧିକ ଉତ୍ସାହିତ ହେବେ। କାରଣ ସେମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କର କଣ୍ଠସ୍ୱର ଶୁଣିବାକୁ ପାଇବେ ଏକ ହଲିଉଡ଼୍‍ ଫିଲ୍ମରେ।
‘ଡ଼େଡ଼୍‍ ପୁଲ୍‌-୨’ ହେଉଛି ୨୦୧୬ର ସିନେମା ‘ଡ଼େଡ଼୍‍ ପୁଲ୍‌’ର ସିକ୍ୱେଲ୍‌ ।ଏହା ଏକ ଆକ୍‌ସନରେ ଭରପୁର ସୁପରହିରୋ ସିନେମ।ା

ସମ୍ବନ୍ଧିତ ଖବର