ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓ ସୁନା ଚୋରା ଚାଲାଣ ମାମଲାକୁ ନେଇ ଏବେ ବିବାଦରେ ଅଛନ୍ତି। ରାଣ୍ୟା ଜେଲ୍ରେ ଥିବା ବେଳେ ଏବେ ତାଙ୍କ ସ୍ୱାମୀ ଜତିନ ହୁକ୍କେରୀ ଏବେ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଜତିନ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ଯେ, ସେ ରଣ୍ୟାଙ୍କଠାରୁ ଛାଡପତ୍ର ନେବା ପାଇଁ ଆବେଦନ କରିବେ।
ସେ କହିଛନ୍ତି ଯେ, "ଆମେ ବିବାହ କରିବା ଦିନଠାରୁ ମୁଁ ଯନ୍ତ୍ରଣା ଏବଂ କଷ୍ଟ ସହି ଆସୁଛି। ହେଲେ ଏବେ ମୁଁ ଛାଡପତ୍ର ପାଇଁ ଆବେଦନ କରିବାର ନିଷ୍ପତ୍ତି ନେଇଛି।"
ଜତିନଙ୍କ ବିଷୟରେ କହିବାକୁ ଗଲେ ହୁକ୍କେରୀ ପ୍ରାୟ ଚାରି ମାସ ପୂର୍ବେ ତାଜ୍ ୱେଷ୍ଟ ଏଣ୍ଡରେ ଏକ ଭବ୍ୟ ବିବାହ ସମାରୋହରେ ରାଣ୍ୟା ରାଓଙ୍କୁ ବିବାହ କରିଥିଲେ। ତା’ପରେ ସେମାନେ ବେଙ୍ଗାଲୁରୁର ଲାଭେଲ ରୋଡ୍ରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହିଥିଲେ। ହୁକ୍କେରୀ ବୃତ୍ତିରେ ଜଣେ ଆର୍କିଟେକ୍ଚ। ବେଙ୍ଗାଲୁରୁର ଆର୍ଭି କଲେଜ ଅଫ୍ ଇଞ୍ଜିନିୟରିଂରୁ ଆର୍କିଟେକ୍ଚ ଆଣ୍ଡ ଇଣ୍ଟେରିଅର ଡିଜାଇନ୍ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଉଲ୍ଲେଖଯୋଗ୍ୟ, ରାଣ୍ୟାଙ୍କୁ ମାର୍ଚ୍ଚ ମାସରେ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା। ବେଙ୍ଗାଲୁରୁ ବିମାନବନ୍ଦରରୁ ଚୋରା ସୁନା ସହିତ ତାଙ୍କୁ ଗିରଫ କରିଥିଲା ବେଙ୍ଗାଲୁରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ବିଡିଆରଆଇ)।