ମୁମ୍ବାଇ: କଣ୍ଠଶିଳ୍ପୀ ଏବଂ ରାପର୍ ବାଦଶାହ ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରତିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ। ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବାଦଶାହ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହୋଇଥିଲେ। ଏହା ପରେ ପରେ ସେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା।

Advertisment

କିଛି ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବାଦଶାହ, ଇଶାଙ୍କୁ ବିବାହ କରିବେ ବୋଲି କୁହାଯାଉଥିଲା। ବାଦଶାହଙ୍କ ସହ କାମ କରୁଥିବା ଜଣେ ପୂର୍ବତନ କର୍ମଚାରୀ ବିବାହ ଖବରକୁ ନିଶ୍ଚିତ କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ବିବାହ ଖବର ଉପରେ ପ୍ରତିକ୍ରିୟା ରଖି ବିରକ୍ତି ପ୍ରକାଶ କରିଛନ୍ତି ବାଦଶାହ। ଇନଷ୍ଟାରେ ଷ୍ଟାଟସ ରଖି ବାଦଶାହ ଲେଖିଛନ୍ତି, 'ପ୍ରିୟ ମିଡିଆ, ମୁଁ ଆପଣଙ୍କୁ ସମ୍ମାନ କରେ, ହେଲେ ଏହା ପିଲାଳିଆମି। ମୁଁ ବିବାହ କରୁ ନାହିଁ। ଯିଏ ଆପଣଙ୍କୁ ଏହି ଖବର ଦେଉଛି, ତାକୁ ଭଲ ମସଲା ଖୋଜିବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ବାଦଶାହ ପୂର୍ବରୁ ୨୦୧୨ରେ ଖ୍ରୀଷ୍ଟିଆନ ରୀତିନୀତିରେ ଜସ୍ମିନଙ୍କୁ ବିବାହ କରିଥିଲେ। ଗଣମାଧ୍ୟମରେ ଏହି ଖବର ଆସିନଥିବାରୁ ବାଦଶାହଙ୍କ ପ୍ରଶଂସକ ଏବିଷୟରେ ଜାଣିନଥିଲେ। ବିବାହ ପରେ ଜାନୁଆରି ୨୦୧୭ରେ ବାଦଶାହ ଓ ଜସ୍ମିନ ଏକ ଶିଶୁକନ୍ୟାର ମାତାପିତା ହୋଇଥିଲେ। ଏହା ପରେ ୨୦୨୦ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ଏହା ପରେ ସେ ଇଶାଙ୍କୁ ଡେଟ କରୁଛନ୍ତି।