ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ରାପର୍‌ ବାଦ୍‌ଶାହା, ପ୍ରଥମ ଥର ପାଇଁ ପ୍ରେମକୁ ନେଇ ମୁହଁ ଖୋଲିଲେ

ମୁମ୍ବାଇ : ଇଣ୍ଡିପେଣ୍ଡେଣ୍ଟ ମ୍ୟୁଜିକ୍‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଲଡ଼୍‍ର ଜଣାଶୁଣା ରାପର୍‌ ବାଦ୍‌ଶାହା । ଏବେ ସେ ବଲଉଡ଼୍‍ର ଜଣେ ଆଗଧାଡ଼ି ରାପର ହୋଇଥିବା ବେଳେ ତାଙ୍କୁ ଅନେକ ଫିଲ୍ମର ଅଫର ମଧ୍ୟ ଆସୁଛି । ରାପ୍‌ କରିବା ସହ ଅନ୍ୟ କ୍ଷେତ୍ରରେ ସେ ନିଜ ଭାଗ୍ୟପରୀକ୍ଷା ଆରମ୍ଭ କରିଥିବା ଜଣାପଡ଼ିଛି । ସେ ପ୍ରଯୋଜନା ଏବଂ ଅଭିନୟରେ ପାଦ ରଖିଥିବା ସୂଚନା ମିଳିଛି । ଆସନ୍ତା ବର୍ଷ ତାଙ୍କ ଅଭିନୀତ ଏକ ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଥିବା ଜଣାପଡ଼ିଛି । ଏବେ ସେ ସିଙ୍ଗିଙ୍ଗ୍‌ ରିୟାଲିଟି ସୋ’ ଦିଲ୍‌ ହୈ ହିନ୍ଦୁସ୍ଥାନୀ ସିଜିନ୍‌-୨ରେ ଜଜ୍‌ ଭାବରେ ନଜର ଆସୁଥିବା ବେଳେ ଗୁରୁବାରଠାରୁ ଏହାର ପ୍ରମୋସନ ଆରମ୍ଭ କରିଛନ୍ତି। ଗୁରୁବାର ଦିଲ୍ଲୀରେ ଦିଲ୍‌ ହୈ ହିନ୍ଦୁସ୍ଥାନୀ ସିଜିନ୍‌-୨ର ପ୍ରମୋସନ କରିବା ସମୟରେ ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା ସମସ୍ତଙ୍କ ସହ ସେୟାର କରିଥିଲେ । ଯଦି ଆଜି ମୁଁ ଜଣେ ରାପର ହୋଇ ନଥାନ୍ତି, ତେବେ ଜଣେ ଆଇଏଏସ୍‌ ଅଫିସର ହୋଇଥାନ୍ତି । ସ୍କୁଲରେ ଥିବା ବେଳେ ମୋର ଏହି ସ୍ୱପ୍ନ ଥିଲା, ଯାହା ପାଇଁ ମୁଁ କଠୋର ପରିଶ୍ରମ କରିବା ସହ ଟପର ମଧ୍ୟ ଥିଲି । ସ୍କୁଲରେ ମୁଁ ସବୁଠାରୁ ଚୁପ୍‌ଚାପ୍‌ ଏବଂ ଶାନ୍ତ ଥିଲି । କାହା ସହ କଥା ହେଉ ନଥିଲି । ଏଥିପାଇଁ ମୋର କେହି ପ୍ରେମିକା ନଥିଲେ । କିନ୍ତୁ ପରେ ମୁଁ ମୋ ପସନ୍ଦର ଝିଅକୁ ବିବାହ କରିବା ସହ ଏବେ ମୋର ଛୋଟ ଝିଅଟିଏ ଅଛି । ଯିଏ ମୋର ଭଲ ସାଙ୍ଗ ହେବା ସହ ତାଙ୍କ ସହ ମୁଁ ସବୁ କଥା ସେୟାର କରୁଛି ବୋଲି ସମସ୍ତଙ୍କୁ କହିଥିଲେ ।

bhaskar.com

ସୂଚନା ମୁତାବକ, ବାଦ୍‌ଶାହାଙ୍କ ଅସଲ ନାମ ଆଦିତ୍ୟ ପ୍ରତୀକ ସିଂ ସିସୋଦିଆ ହୋଇଥିବା ବେଳେ ବଲିଉଡ଼୍‍କୁ ଆସି ସେ ନିଜର ନାଁ ବଦଳାଇଥିଲେ । ନାମ ପରିବର୍ତ୍ତନ କରିବାକୁ ନେଇ ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ,ଯେତେବେଳେ ମୁଁ ବଲିଉଡ଼୍‍କୁ ଆସିବାର ଯୋଜନା କରୁଥିଲି ସେତେବେଳେ ଶାହାରୁଖ୍‌ଙ୍କ ଫିଲ୍ମ ବାଦ୍‌ଶାହା ରିଲିଜ ହୋଇଥିଲା । ଏହି ନାଁ ମୋତେ ପସନ୍ଦ ଆସିବାରୁ ମୁଁ ମୋର ଅନ୍ୟ ନାମ ବାଦ୍‌ଶାହା ରଖିଥିଲି।

ସମ୍ବନ୍ଧିତ ଖବର