ମହିଳାଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ଗୀତ ଗାଇବା ମହଙ୍ଗା ପଡ଼ିଲା: ଲୋକପ୍ରିୟ ବଲିଉଡ୍‌ ରାପର୍‌ ହନି ସିଂହଙ୍କ ନାମରେ ମାମଲା ରୁଜ୍ଜୁ

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ର‍୍ୟାପର୍‌ ହନି ସିଂହଙ୍କୁ ମଙ୍ଗଳବାର ପଞ୍ଜାବ ପୁଲିସ୍‌ ଗିରଫ କରିଛି। ପଞ୍ଜାବର ମହିଳା କମିସନଙ୍କ ଅଭିଯୋଗକୁ ଭିତ୍ତିକରି ପଞ୍ଜାବ ପୁଲିସ୍‌ ହନି ସିଂହଙ୍କ ନାମରେ ମାମଲା ରୁଜ୍ଜୁ କରିଛି।

ଗତ କିଛି ଦିନ ଏହି ସଂଗୀତଜ୍ଞ ‘ମଖନା’ ଗୀତ ପାଇଁ ବହୁ ସମାଲୋଚିତ ହୋଇଥିଲେ। ତାଙ୍କର ଏହି ଗୀତରେ ମହିଳାମାନଙ୍କୁ ନେଇ ବହୁ ଅଶ୍ଳୀଳତା ଅଛି ବୋଲି ପଞ୍ଜାମ ମହିଳା କମିସନ୍‌ ଅଭିଯୋଗ ଆଣିଥିଲା।

Photo Credit: Instagram

କେବଳ ଏତିକି ନୁହେଁ, ନିକଟରେ ଖବର ପ୍ରକାଶ ପାଇଥିଲା ଯେ ପଞ୍ଜାବ ମହିଳା କମିସନ୍‌ ପଞ୍ଜାବ ସରକାର ଓ ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌ ଆଗରେ ହନି ସିହଂଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ନିକଟରେ ଏକ ସାକ୍ଷାତ୍‌କାରରେ ପଞ୍ଜାବ ମହିଳା କମିସନର ଅଧ୍ୟକ୍ଷା ମନୀଷା ଗୁଲାତି ନିଜର କ୍ଷୋଭ ପ୍ରକାଶ କରି ହନି ସିଂହଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ହନିଙ୍କ ଏହି ଗୀତ ମହିଳାଙ୍କ ପ୍ରତି ବିରକ୍ତିକର ଓ ଅସମ୍ମାନଜନକ।

ସମ୍ବନ୍ଧିତ ଖବର