ନୂଆଦିଲ୍ଲୀ: ବଲିଉଡର ଚାକଚକ୍ୟ ବାହାରୁ ବହୁତ ସୁନ୍ଦର ଦେଖାଯାଏ, କିନ୍ତୁ ବେଳେବେଳେ ଏହା ପଛରେ ଥିବା ସତ୍ୟ ଏତେ ସୁନ୍ଦର ହୋଇନଥାଏ। ଅନେକ ଥର ବଲିଉଡ ସେଲିବ୍ରିଟିମାନେ ପରଦାରେ ଯେତିକି ସଫଳ, ନିଜ ବୈବାହିକ ଜୀବନ ସମ୍ଭାଳିବାରେ ସେତିବି ବିଫଳ ପ୍ରମାଣିତ ହୋଇଛନ୍ତି। କିଛି ସେଲିବ୍ରିଟି ଏପରି ବି ଅଛନ୍ତି, ଯିଏକି ବିବାହର କିଛି ଦିନ ପରେ ହିଁ ସ୍ବାମୀଙ୍କ ସହ ନରହିବାର ନିଷ୍ପତ୍ତି ନେଇଛନ୍ତି।
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସାନ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଆପଣ ଜାଣନ୍ତି। ସେ ବିଗ୍ ବସ୍ ୧୫ରେ ଅଭିନେତା ରାକେଶ ବାପଟଙ୍କ ପ୍ରେମରେ ପଡିଥିଲେ। ରାକେଶ ଏବଂ ସମିତାଙ୍କ ଯୋଡ଼ିକୁ ବିଗ୍ ବସରେ ମଧ୍ୟ ଖୁବ୍ ଗ୍ରହଣୀୟତା ମିଳିଥିଲା। ବିଗ୍ ବସ୍ ଗୃହରୁ ବାହାରିବା ପରେ ଏହି ଯୋଡି ଚର୍ଚ୍ଚାରେ ରହିଥିଲେ। ସେମାନେ ଅନେକ ଥର ଏକତ୍ର ନଜର ଆସିଥିଲେ। କିନ୍ତୁ ଦିନେ ହଠାତ୍ ଦୁହେଁ ନିଜ ସମ୍ପର୍କ ଭଙ୍ଗ କଥା ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।
ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ଜଣାଶୁଣା ଅଭିନେତ୍ରୀ ପୁନମ୍ ପାଣ୍ଡେ ୨୦୧୦ ମସିହାରେ ସାମ୍ ବମ୍ବେ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ମାତ୍ର ୧୨ ଦିନ ଭିତରେ ଦୁହେଁ ଅଲଗା ହୋଇ ଯାଇଥିଲେ। ପୁନମ୍ ତାଙ୍କ ସ୍ୱାମୀଙ୍କ ନାମରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ।
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ତାଙ୍କ ବିବାହ ଖବରକୁ ନେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଦିନେ ସେ ହଠାତ୍ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ଯେ ସେ ରିତେଶଙ୍କୁ ବିବାହ କରିଛନ୍ତି। ତା’ପରେ ଉଭୟ ବିଗ୍ ବସ୍ ଗୃହରେ ମଧ୍ୟ ଏକାଠି ନଜର ଆସିଥିଲେ। କିନ୍ତୁ କିଛି ଦିନ ମଧ୍ୟରେ ଖବର ଆସିଲା ଯେ ରାକ୍ଷୀ ଏବଂ ରିତେଶ ଅଲଗା ହୋଇଯାଇଛନ୍ତି । ପରେ ରାକ୍ଷୀ ଆଦିଲ ଦୁରାନୀଙ୍କୁ ଡେଟ କରିବା ଏବଂ ତାଙ୍କୁ ବିବାହ କରି ଚର୍ଚ୍ଚାର ବିଷୟ ପାଲଟିଥିଲେ। ରାକ୍ଷୀ ଏହି ବିବାହରେ ବି ବିଫଳ ହୋଇଛନ୍ତି।